ଗୋଟିଏ ପରିବାରରୁ ଦୁଇଟି ପ୍ରାର୍ଥୀ ! ନିର୍ବାଚନ ଲଢିବେ ମା’ ପୁଅ

178

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ରୋଚକ ଚିତ୍ର । ନିର୍ବାଚନ ଲଢିବେ ମା’ ପୁଅ । ସରପଞ୍ଚ ପ୍ରାର୍ଥୀ ପାଇଁ ମା’ ନାମାଙ୍କନ ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୁଅ । ଆଗାମି ପଞ୍ଚାୟତ ନିର୍ବର୍ାଚନରେ କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଗ୍ରାମପଞ୍ଚାୟତରେ ଅଧ୍ୟାପକ ଭକ୍ତି ରଂଜନ ପଲେଇ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ତାଙ୍କ ମା’ ସନ୍ଧ୍ୟାରାଣୀ ପଲେଇ ଚିଲିକା ନୂଆପଡ଼ା ଗ୍ରାମପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପୁଅ ଭକ୍ତିରଞ୍ଜନ ପଲେଇ ଅଧ୍ୟାପନା ଛାଡ଼ି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ମା’ ମଧ୍ୟ ସରପଞ୍ଚ ପଦ ପାଇଁ  ନିର୍ବାଚନ ଲଢୁଛନ୍ତି ।

ଏନେଇ ଭକ୍ତିରଞ୍ଜନ କହିଛନ୍ତି, ନିଜ ଗୋଡରେ ଛିଡାହେବା ଦିନଠାରୁ ମୁଁ ପ୍ରତିଜ୍ଞା କରିଛି ରାଜନୀତିକୁ ଓହ୍ଲାଇବି ଲୋକଙ୍କ ସେବା କରିବି । ମୁଁ ପୂର୍ବରୁ ଦେଖିଆସୁଛି । ଗରିବ ସେହିପରି ଗରିବ ହୋଇ ରହିଯାଉଛନ୍ତି । ତେଣୁ ଲୋକଙ୍କ ଅସୁବିଧା ଓ ସମସ୍ୟା ଦୂର କରିବା ପାଇଁ ମୁଁ ରାଜନୀତିକୁ ଓହ୍ଲାଇଛି  । ସେହିପରି ସନ୍ଧ୍ୟାରାଣୀ ପଲେଇ କହିଛନ୍ତି, ଲୋକଙ୍କ ହିତରେ କାମ କରିବି । ମୋ ପରିବାରରେ କୌଣସି ଅସୁବିଧା ନାହିଁ, ତେଣୁ ମୁଁ ଟଙ୍କାଟିଏ ବି ନଖାଇ ଲୋକଙ୍କ ହିତରେ କାମ କରିବି ।