କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଦିନ ଦ୍ୱିପହରରେ ବୋହୂର ଚୁଟିକୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ଶାଶୁ-ଶ୍ୱଶୁରଙ୍କ ମାଡ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ । ଗତକାଲି ଗାଁର ନବୀନ ବେହେରା ଓ ତାଙ୍କ ପତ୍ନୀ ଚାରୁଲତା ନିଜ ବୋହୂକୁ ଏପରି ମାଡ ମାରିବା ଦେଖିବାକୁ ମିଳିଥିଲା । ପ୍ରାଣ ବିକଳରେ ବୋହୂ ନେହୁରା ହେଉଥିଲେ ବି କେହି ଶୁଣିନଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଶାଶୁ, ଶ୍ୱଶୁର ଓ ସ୍ୱାମୀକୁ ଅଟକ ରଖିଛି । ପୂର୍ବରୁ ମଧ୍ୟ ଶାଶୁ ବୋହୂଙ୍କ ବିବାଦ ଥାନାରେ ପହଂଚିଥିଲା । ତେବେ ଏହି ଘଟଣାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗତକାଲି ରାତିରେ ସ୍ୱାମୀ ଓ ଶ୍ୱଶୁରଙ୍କ ଗିରଫ କରିଥିବା ବେଳେ ଆଜି ଭୋରୁ ଶାଶୂଙ୍କୁ ଥାନାକୁ ନେଇଥିବା ଜଣାଯାଇଛି । ଏହି ଘଟଣା ଏବେ ନୁହେଁ ବାହାଘର ପରଠାରୁ ହିଁ ଆରମ୍ଭ ହୋଇଛି । ଯୌତୁକ ପାଇଁ ଦାବି କରି ଏପରି ଅମାନୁସିକ କାଣ୍ଡ ଘଟାଇଛନ୍ତି ଶାଶୂଘର ଲୋକ । ପୂର୍ବରୁ ନିର୍ଯ୍ୟାତନା ସହୟ କରିନପାରି ବିଷ ଖାଇଥିଲେ । ହେଲେ ଠିକ ସମୟରେ ମେଡିକାଲରେ ପହଞ୍ଚିଥିବା କାରଣରୁ ବଂଚିଯାଇଥିଲେ ବୋହୂ । ତେବେ ଏପରି ଘଟଣା ଆଳୁ ଫୋପାଡିବାକୁ ନେଇ ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/JAJPUR.jpg)