କନକ ବ୍ୟୁରୋ: କେସିଙ୍ଗା ଥାନା ଏନଏଚ ୨୬ ଚାଞ୍ଚି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା କାର । କାର ଗଛରେ ପିଟିହେବାରୁ ମାଆ ସହ ୨ ଛୁଆଙ୍କ ମୃତ୍ୟୁ ହୋଇଛି । ସେହିପରି ବାପା ମଧ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଲିସ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ନେଇଛନ୍ତି ।
ଏହି ପରିବାର ଭବାନୀପାଟଣାରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ କାର ରେ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ ତାଳ ଗଛରେ ପିଟିହୋଇଯିବା ଫଳରେ ଗୋଟିଏ ପରିବାରର ଦୁଇ କୁନି ଝିଅ ଓ ମାଆଙ୍କ ମୃତ୍ୟୁ ଘଟିଛି । ଖବର ପାଇ କେସିଙ୍ଗା ପୋଲିସ ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/7-25.jpg)