ପ୍ରେମ ପାଇଁ ପୁଅକୁ ହତ୍ୟା କଲା ମା’! ପ୍ରେମିକ ସହ ମା’କୁ ଅଟକ ରଖି ଜେରା କରୁଛି ପୋଲିସ।

Advertisment
ପ୍ରେମ ପାଇଁ ପୁଅକୁ ହତ୍ୟା କଲା ମା’! ପ୍ରେମିକ ସହ ମା’କୁ ଅଟକ ରଖି ଜେରା କରୁଛି ପୋଲିସ।

କନକ ବ୍ୟୁରୋ: ଦେବଗଡ଼ରେ ନିଜ ପିଲାକୁ ମାଆ ହତ୍ୟା କରିଥିବା ଅଭିଯେଗା। ପ୍ରେମିକ ସହ ମିଶି ମାଆ, ପିଲାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳକ ମୃତ୍ୟୁ ଘଟଣାରେ ମାଆ ଓ ତାଙ୍କ ପ୍ରେମକିଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରହିଛି। ଦେବଗଡ଼ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ମିକୁ ସୁନେଲର ଗତ ସୋମବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ମୃତ ମିକୁର ବାପା କୂଳମଣି ଚେନ୍ନାଇରେ କାମ କରୁଥିବା ବେଳେ ସୂଚନା ପାଇ ମଙ୍ଗଳବାର ଦିନ ଦେବଗଡ଼ରେ ପହଞ୍ଚି ଥିଲେ। ଏବଂ ତାଙ୍କ ପୁଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଓ ବେକରେ କଳା ଦାଗ ଦେଖି ପୁଅକୁ ହତ୍ୟା କରାଯାଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କୂଳମଣିଙ୍କ ପତ୍ନୀ ଲିଲି ସୁନେଲ ଓ ରଞ୍ଜନ ନାଏକ ମିଶି ମିକୁକୁ ହତ୍ୟା କରିଥିବା ବାପା କୂଳମଣି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିବା ସହ  ଘଟଣାର ତଦନ୍ତ ଆରମ୍ଭ କରିଛି। ଲିଲି ଓ ରଞ୍ଜନଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe