କନକ ବ୍ୟୁରୋ: ଗିରଫ ହେଲା ହାଫିଜ୍ ସୟିଦ୍ । ୨୬-୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍ । ଲାହୋରରୁ ଗୁଞ୍ଜରାବାଲାକୁ ଯାଉଥିବା ବେଳେ ଗିରଫ ହୋଇଛି ହାଫିଜ୍ । ସୂଚନା ମୁତାବକ, କାଉଣ୍ଟର ଟେରୋରିଜିମ୍ ସ୍କ୍ୱାଡ ହାଫିଜ୍ କୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ପୂର୍ବରୁ ପୁଲୱାମା ଏବଂ ଉରୀ ଭଳି ଆତଙ୍କୀ ହମଲାରେ ହାଫିଜ ସୟିଦ୍ ର ସଂପୃକ୍ତି ଥିବା ଅଭିଯୋଗ ହୋଇଥିବା । ଲକ୍ସର-ଇ-ତୋଇବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଏବଂ ଜମା-ଆଟ୍-ଉଡଦା ଆତଙ୍କୀ ମୁଖ୍ୟ ହେଉଛି ହାଫିଜ୍ ।
ସେପଟେ କିଛି ଦିନ ପୂର୍ବେ ହାଫିଜକୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଆତଙ୍କୀ ଭାବେ ଘୋଷଣା କରାଯାଇଥିଲା । ଫେବୃୟାରୀ ୧୪ ରେ ପୁଲୱାମା ଠାରେ ହୋଇଥିବା ଆତଙ୍କୀ ହମଲା ପରେ ଜାତିସଂଘ ତରଫରୁ ହାଫିଜ୍ ଉପରେ କଡ଼ା ନଜର ରଖିଥିଲା କାଉଣ୍ଟର ଟେରୋରିଜିମ୍ ସ୍କ୍ୱାଡ । ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟ ବିଶେଷକରି ଆମେରିକାର ଚାପ ପଡ଼ିବାରୁ କୁଖାତ ଆତଙ୍କବାଦୀ ତଥା ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫଜ୍ ସଇଦ୍କୁ ଗିରଫ କରିଥିଲା । ହେଲେ ହାଫିଜ୍ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ପାକିସ୍ତାନର ଏକ କୋର୍ଟ ତାକୁ ନଜରବନ୍ଦୀରୁ ମୁକ୍ତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/HAFIZ.jpg)