କନକ ବ୍ୟୁରୋ: ନକଲି ବନ୍ଧୁକରେ ଅସଲି ଲୁଟ୍ । ନକଲି ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଚେନ୍ । ୨ ଭାଇଙ୍କଠାରୁ ୨ଟି ସୁନା ଚେନ୍ ଲୁଟ୍ ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁନିଆ ସାହୁକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୁନିଆ ପୂର୍ବରୁ ପୋଲିସ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ପୁନିଆ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ପ୍ରାୟ ୨୦ରୁ ଅଧିକ ମାମଲା ରହିଛି ।