କନକ ବ୍ୟୁରୋ : ପ୍ରାର୍ଥୀ ଓ ରାଜନୈତିକ ଦଳକୁ ଜିତାଇବା ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ ହେଉଛି । ଆଉ ନିର୍ବାଚନ ଜିତିବା ପରେ ସରକାର କିମ୍ବା ବିରୋଧୀ ଯେତେବେଳେ ରାଜ୍ୟ ବିଧାନସଭାରେ ଲୋକଙ୍କ ପାଇଁ ଆଇନ ତିଆରି କରୁଛନ୍ତି ତାହା କେତେଦିନ ଚାଲୁଛି ? ଅନେକ ସମୟରେ ଆପଣ ଦେଖୁଥିବେ କେବେ ବିରୋଧୀ, ତ ଆଉ କେବେ ଶାସକ ଦଳ ସଭ୍ୟଙ୍କ ନାରାବାଜିରେ ଚାଲି ପାରୁନି ଗୃହକାର୍ଯ୍ୟ । ତେବେ ବର୍ଷକୁ କେତେଦିନ ଚାଲୁଛି ବିଭିନ୍ନ ରାଜ୍ୟର ବିଧାନସଭା ସେନେଇ ଜାତୀୟ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି ।

Advertisment

- ବର୍ଷକୁ ୩୦ ଦିନ ବି ଚାଲିପାରୁନି ବିଭିନ୍ନ ରାଜ୍ୟରେ ବିଧାନସଭା
- ପଞ୍ଜାବ ଓ ହରିଆଣାରେ ହାରାହାରି ୧୫ ଦିନରୁ କମ୍ ଚାଲୁଛି ଗୃହକାର୍ଯ୍ୟ
- ଆନ୍ଧ୍ର ପ୍ରଦେଶ ଓ ଗୋଆରେ ବର୍ଷକୁ ପ୍ରାୟ ୨୦ ଦିନ ଚାଲୁଛି ବିଧାନସଭା
- ଓଡିଶାରେ ସର୍ବାଧିର ୪୬ ଦିନ ଚାଲିଛି ବିଧାନସଭା ଗୃହକାର୍ଯ୍ୟ
- କେରଳରେ ବର୍ଷକରେ ୪୨ ଦିନ ଚାଲିଛି ବିଧାନସଭା ଆଲୋଚନା
- କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ୩୫ ଦିନରୁ ଅଧିକ ଚାଲିଛି
- ବର୍ଷକୁ ଲୋକସଭା ହାରାହାରି ୬୩ ଦିନ ଚାଲିଥିବା ସୂଚନା
- ଅନ୍ୟ ଦେଶର ସଂସଦ ତୁଳନାରେ ଏହେ ଖୁବ୍ କମ ଦିନ
- ଆମେରିକାରେ ହାଉସ ଅଫ ରିପ୍ରେଜେଂଟେଟିଭ ଚାଲିଛି ୧୬୬ ଦିନ
- ୨୦୨୦ ଓ ୨୦୨୧ରେ ୧୯୨ ଦିନ ଚାଲିଥିଲା ଆମେରିକା ସିନେଟ୍
- ସ୍ୱତନ୍ତ୍ର ଅଧିବେଶନକୁ ବାଦ୍ ଦେଲେ ଜାପାନ ସଂସଦ ଚାଲିଛି ୧୫୦ ଦିନ
- କାନାଡାରେ ହାଉସ ଅଫ କମନ୍ସ ଚାଲିଛି ୧୨୭ ଦିନ