ଭାରତର ଅଧିକାଂଶ ଲୋକ ମାଂସାହାରୀ : ସର୍ଭେ ରିପୋର୍ଟରୁ ଆସିଲା ଚାଂଚଲ୍ୟକର ଖୁଲାସା

29

କେନ୍ଦ୍ରରେ ମୋଦି ସରକାର ନିଜର ବିଚାରଧାରା ହିସାବରେ ଦେଶରେ ଶାକାହାରକୁ ପ୍ରୋତ୍ସାହନ ଦେଉଛନ୍ତି । ଭାରତୀୟ ରେଳବାଇ ନିକଟରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ସମସ୍ତ ଟ୍ରେନରେ ନିରାମିଷ ଖାଦ୍ୟ ଲାଗୁ କରିଥିଲେ । ୟୁପିରେ ଅବୈଧ ଉପାୟରେ ଚାଲୁଥିବା କଂସେଇଖାନା ଗୁଡିକ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ନିଆଗଲା ଏବଂ କଂସେଇଖାନାକୁ ବନ୍ଦ କରି ଦିଆଗଲା । ଦେଶରେ କେତେକ ଅଂଚଳରେ ବିଫ୍ ମାମଲାରେ ବି ଜୋରଦାର ବିବାଦ ହେଲା । ଇଣ୍ଡିଆସ୍ପେଣ୍ଡର ସର୍ଭେ ମୁତାବକ, ପାଖାପାଖି ୮୦ ପ୍ରତିଶତ ଭାରତୀୟ ପୁରୁଷ ଏବଂ ୭୦ ପ୍ରତିଶତ ଭାରତୀୟ ମହିଳା, ଅନିୟମିତ ରୂପେ ଅଣ୍ଡା, ମାଛ, ଚିକେନ ବା ମଟନ ଖାଆନ୍ତି ।

କାହାକୁ ଶାକାହାରୀ ହେବ ବା ନହେବା, ଏହା ତ ସେମାନେ ନିଜେ ନିଷ୍ପତ୍ତି ନେବେ । ଭାରତୀୟଙ୍କ ଖାଦ୍ୟପାନୀୟର ଅଭ୍ୟାସକୁ ନେଇ ଏକ ସର୍ଭେରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ତାଙ୍କର ନିୟମିତ ଡାଏଟରେ ନରାମିଷ ଖାଦ୍ୟ ବି ସାମିଲ ଅଛି, ଯେମିତି- କ୍ଷୀର, ଦହି, ଡାଲି, ବିନ୍ସ ବା ସବୁଜ ପନିପରିବା । ନ୍ୟାସନାଲ ଫ୍ୟାମିଲ ହେଲ ସର୍ଭେ ୨୦୧୫-୧୬ (NFHS-4) ମୁତାବକ, ମୋଟ ୪୨.୮ ଭାରତୀୟ ମହିଳା ଏବଂ ୪୮.୯ ପ୍ରତିଶତ ପୁରୁଷ ସାପ୍ତାହିକ ହିସାବରେ ମାଛ, ଚିକେନ ବା ମାଂସର ସେବନ କରିଛନ୍ତି । ବର୍ଷ ୨୦୧୫ରେ ମଧ୍ୟପ୍ରଦେଶ ସରକାର ଜୈନ ସମୁଦାୟର ଚାପରେ ଅଙ୍ଗନବାଡିରେ ପରସା ଯାଉଥିବା ଭୋଜନରେ ଅଣ୍ଡାକୁ ବ୍ୟାନ କରିଦେଇଥିଲେ । ଯେଉଁଠି ଆମିଷକୁ ବିରୋଧ କାରାଯାଉଛି, ସେଇଠି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ( NIN), ହାଇଦ୍ରାବାଦ ପ୍ରୋଟିନ ରିଚ ଫୁଡ ଯେପରିକି କ୍ଷୀର, ମାଂସ, ମାଛ, ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି । NIN ଡାଇଟାରୀ ଗାଇଡ ଲାଇନ୍ସ ମୁତାବକ, ଆନିମଲ ପ୍ରୋଟିନ ଶକାହାର ଠାରୁ ମିଳୁଥିବା ପ୍ରୋଟିନ ଠାରୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ କାହିଁକିନା ଏଥିରେ ଜରୁରୀ ଆମିନୋ ଏସିଡ ଉଚିତ ଅନୁପାତରେ ଥାଏ । କିନ୍ତୁ ଶାକାହାରରେ ସେତେ ଭଲ ନଥାଏ ।

 

ଭାରତରେ ଆମିଷ ସେବନ ମାମଲାରେ ମହିଳାଙ୍କ ଠାରୁ ପୁରୁଷ ଆଗରେ ଅଛନ୍ତି । ୧୦ ମହିଳାଙ୍କ ମଧ୍ୟରୁ ପାଖାପାଖି ୩ ମହିଳା (୨୯.୩%) ଅଣ୍ଡା ଏବଂ (୨୯.୯%)ମହିଳା ଚିକେନ, ମାଛ ବା ମାଂସ ଖାଆନ୍ତି । ୧୦ରୁ ୨ ପୁରୁଷ ଅଣ୍ଡା(୧୯.୬%) ଏବଂ ଚିକେନ, ମାଛ ବା ମାଂସ(୨୧.୬%) ଖାଆନ୍ତିନି ।