କନକ ବ୍ୟୁରୋ : ସବୁଠାରୁ ମହଙ୍ଗା ମୁଦ୍ରା ମାମଲାରେ ପଶ୍ଚିମଦେଶ ଠାରୁ ବହୁ ଆଗରେ ରହିଛି ଏହି ଦେଶର ମୁଦ୍ରା । ଏହି ଦେଶର ମୁଦ୍ରା ଏତେ ମଜବୁତ ହେବାର ମୁଖ୍ୟ କାରଣ ହେଉଛି ତେଲ ଓ ପ୍ରାକୃତିକ ଗ୍ୟାସର ଭଣ୍ଡାର । ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା ବାବଦରେ । ଏହି ଦେଶର ମୁଦ୍ରା ଆଗରେ ଡଲାର ଓ ପାଉଣ୍ଡ ବି ବହୁ ଶସ୍ତା ।

Advertisment

କୁୱେତର ମୁଦ୍ରା ଦିନାର ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା । ଏହାର ମୁଲ୍ୟ ବୁଝିବାକୁ ହେଲେ ଗୋଟିଏ ଟଙ୍କାର ସନ୍ଦର୍ଭରେ ବୁଝିବାକୁ ପଡିବ । ଗୋଟିଏ କୁୱେତି ଦିନାର ଏବେ ୨୬୭ ଟଙ୍କା ସହ ସମାନ । ଏହାର ଏକ୍ସଚେଞ୍ଜ ରେଟ୍ ବାରମ୍ବାର ବଦଳିଥାଏ । ଏହି ମୁଦ୍ରାକୁ ଡଲାର ସହିତ ତୁଳନା କଲେ ଗୋଟିଏ କୁୱେତର ମୂଲ୍ୟ ୩.୨୫ ଡଲାର ସହିତ ସମାନ । କୁୱେତ ବିଶ୍ୱର ସବୁଠାରୁ ବଡ ତେଲ ରପ୍ତାନୀ ଦେଶ ମଧ୍ୟରୁ ଗୋଟିଏ । ଏହି ଦେଶର ତେଲ ବ୍ୟତୀତ ବଡ ଶିଳ୍ପ ହେଉଛି ଷ୍ଟିଲ୍ । କୁୱେତ ଦେଶର ଅଧା ଜିଡିପି ତୈଳ ଉପରେ ଅଧାରିତ ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ବାହାରିନ ଦିନାର । ଗୋଟିଏ ବାହାରିନ ଦିନାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୧୭ ଟଙ୍କା ସହିତ ସମାନ । ଏହି ଦେଶର ଅର୍ଥ ବ୍ୟବସ୍ଥା ବି ତୈଳ ଓ ପ୍ରାକୃତିକ ଗ୍ୟାସ ଉପରେ ନିର୍ଭର କରେ । ଏହା ବ୍ୟତୀତ ବ୍ୟାଙ୍କିଙ୍ଗ ସେବା ପାଇଁ ମଧ୍ୟ ବେଶ ଜଣାଶୁଣା ଏହି ଦେଶ । ହେଲେ ସରକାରଙ୍କୁ ୮୫ ପ୍ରତିଶତ ରାଜସ୍ୱ ତୈଳରୁ ମିଳିଥାଏ ।

ସେହିଭଳି ତୃତୀୟ ସ୍ଥାନରେ ରହିଛି ଓମାନର ରିୟାଲ । ଏହା ଏକ ଉପ ରାଜ୍ୟ ଯାହାକି ପଶ୍ଚିମ ଏସିଆ ଦେଶର ଏକ ଭାଗ । ଏହି ଦେଶର ଅର୍ଥନୀତି ମଧ୍ୟ ତୈଳ ଓ ଗ୍ୟାସ ଉପରେ ନିର୍ଭର କରିଥାଏ  । ଗୋଟିଏ ଓମାନୀ ରିୟାଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୧୪ ଟଙ୍କା ସହିତ ସମାନ । ଏହାସହ ଗୋଟିଏ ଓମାନୀ ରିୟାଲରେ ୨.୬୦ ଡଲାର କିଣାଯାଇପାରିବ ।

ଜୋର୍ଡନର ମୁଦ୍ରା ଦିନାର ମଧ୍ୟ ଚତୁର୍ଥ ସ୍ଥାନରେ ରହିଛି । ଏହା ବି ପଶ୍ଚିମ ଏସିଆର ଗୋଟିଏ ଦେଶ । ଏହି ଦେଶ ଆର୍ଥିକ ଭାବେ ଏତେଟା ମଜବୁତ ନୁହେଁ । ଏହି ଦେଶକୁ ଅନ୍ତର୍ଜାତୀୟ ସଂସ୍ଥା ମାନଙ୍କ ଠାରୁ ଅନେକ ସହାୟତା ମିଳିଥାଏ । ଏହାସହ ସାରା ବିଶ୍ୱରେ ଥିବା ଜୋର୍ଡନର ଲୋକମାନେ ଏଠାରେ ମୁଦ୍ରା ବିନିମୟ କରିବାରେ ସହାୟକ ହୋଇଥାନ୍ତି । ଟ୍ରେଣ୍ଡ ଓ ଫାଇନାନ୍ସ ଜୋର୍ଡନ ସରକାରଙ୍କ ଆୟର ମୁଖ୍ୟ ସ୍ରୋତ । ଗୋଟିଏ ଜୋର୍ଡନ ଦିନାରର ମୂଲ୍ୟ ଭାରତୀୟ ମୁଦ୍ରାର ୨୧୫.୫୨ ଟଙ୍କା ସହ ସମାନ ।

ଏହି କ୍ରମରେ ପଞ୍ଚମ ସ୍ଥାନରେ ରହିଛି ପାଓଣ୍ଡ ଷ୍ଟରଲିଙ୍ଗ । ଏହା ୟୁକେର ମୁଦ୍ରା ଅଟେ । ୟୁକେ ୟୁରୋପିୀୟ ମହାଦୀପରେ ଅବସ୍ଥିତ । ଏଠି ମୋଟ ୪ଟି ଦେଶ ରହିଛି । ଇଂଲଣ୍ଡ, ଉତ୍ତର ଆୟାରଲ୍ୟାଣ୍ଡ, ବେଲ୍ସ ଓ ସ୍କଟଲ୍ୟାଣ୍ଡ । ଗୋଟିଏ ୟୁକେ ପାଉଣ୍ଡ ଷ୍ଟଲିଙ୍ଗର ମୂଲ୍ୟ ୧୦୨ ଟଙ୍କା ସହ ସମାନ ।