ଭାରତରେ ବିକ୍ରି ହେଉନି ଦାମୀ କାର। ଏସଆଇପିରେ ନିବେଶ କରୁଛନ୍ତି ଲୋକେ।

ଭାରତରେ ବିକ୍ରି ହେଉନି ଦାମୀ କାର। ଏସଆଇପିରେ ନିବେଶ କରୁଛନ୍ତି ଲୋକେ।

କନକ ବ୍ୟୁରୋ : ଦେଶରେ ଲଗଜୁରୀ କାରା ବା ଦାମୀ କାର ବିକ୍ରି ହେଉନି । ଏହା କହିଛି ମର୍ସିଡିଜ୍ ବେଞ୍ଜ । ଲୋକମାନେ ଏବେ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମିକ୍ ଇନଭେଷ୍ଟମେଂଟ ପ୍ଲାନ ବା ଏସଆଇପିରେ ନିବେଶ କରୁଛନ୍ତି । ତେଣୁ ଦାମୀ କାର କିଣିବାକୁ ଅନେକ ଆଗ୍ରହ ଦେଖାଉ ନାହାନ୍ତି ବୋଲି ମର୍ସିଡିଜ୍ ବେଞ୍ଜ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି । ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି । ୟୁରୋପ ଠାରୁ ଆରମ୍ଭ କରି ଆମେରିକା ସବୁଠି ଏବେ ମାନ୍ଦାବସ୍ଥା ଘାରିଛି । କିନ୍ତୁ ଏହି ସମୟରେ କେବଳ ଅକ୍ଟୋବର ମାସରେ ୧୩ ହଜାର କୋଟି ଟଂକା ଏସଆଇପିରେ ନିବେଶ ହୋଇଛି । ଆଉ ଦେଶରେ ସେୟାର ବଜାର ଶୀର୍ଷ ସ୍ତରକୁ ଛୁଇଁଛି ।

ମର୍ସିଡିଜ ବେଞ୍ଜ କମ୍ପାନୀର ସେଲସ ଆଣ୍ଡ ମାର୍କେଟିଂ ହେଡ୍ ସନ୍ତୋଷ ଆୟାର କହିଛନ୍ତି, ଏସଆଇପି ହେଉଛି ତାଙ୍କ କମ୍ପାନୀର ପ୍ରମୁଖ ପ୍ରତିଦ୍ୱନ୍ଦୀ । ତେଣୁ ଏସଆଇପି ନିବେଶ ହ୍ରାସ ପାଇଲେ କମ୍ପାନୀର ଦାମୀ ଗାଡି ବିକ୍ରି ହୋଇପାରିବ ବୋଲି ଆୟର କହିଛନ୍ତି । ପଶ୍ଚିମ ଦେଶ ତୁଳନାରେ ଭାରତୀୟ ଅଧିକ ସେଭିଙ୍ଗସ ଉପରେ ଗୁରୁତ୍ୱ ଦେଉଛନ୍ତି । ଯେଉଁମାନେ ମାସିକ ୫୦ ହଜାର ଟଙ୍କା ଏସଆଇପିରେ ନିବେଶ କରୁଛନ୍ତି ତାଙ୍କୁ ଲକ୍ଷ୍ୟରେ ରଖି ମର୍ସିଡିଜ୍ ବେଞ୍ଜ କମ୍ପାନୀର ପ୍ରମୁଖ ଅଧିକାରୀ ଆୟାର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe