କନକ ବ୍ୟୁରୋ : ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ପ୍ରତିଯୋଗିତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛି ମଧ୍ୟପ୍ରଦେଶର ଇନ୍ଦୋର। ଲଗାତର ଚତୁର୍ଥ ଥର ପାଇଁ ଇନ୍ଦୋର ଏହି ସ୍ଥାନରେ ରହିଛି। ଏହି ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗୁଜୁରାଟର ସୁରଟ ଓ ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ନବି ମୁମ୍ବାଇ। ତେବେ ଏହି ତାଲିକାରେ ଦେଶର ସବୁଠାରୁ ଅପରିଷ୍କାର ସହର ଭାବରେ ବିହାରର ରାଜଧାନୀ ପାଟନା ରହିଛି |
ପାଟନା ର଼୍ୟାଙ୍କିଙ୍ଗରେ ୪୭ ତମ ସ୍ଥାନରେ ରହିଛି। ପାଟନା ୧୫୫୨.୧୧ ସ୍କୋର ପାଇଥିବାବେଳେ ପୂର୍ବ ଦିଲ୍ଲୀ ମଧ୍ୟ ୧୯୬୨.୩୧ ସ୍କୋର ପାଇଛି | ସ୍ୱଚ୍ଛ ସହର ଇନ୍ଦୋରର ସ୍କୋର ହେଉଛି ୫୬୪୭.୫୬ | ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକର ଏହି ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ପାଟନା ୪୭ ନମ୍ବରରେ ରହିଛି |
ପୂର୍ବ ର଼୍ୟାଙ୍କିଙ୍ଗରୁ ଏଥର ପାଟନା ଦେଶର ୩୧୮ ତମ ସ୍ଥାନରୁ ୧୦୫କୁ ଉନ୍ନୀତ ହୋଇଛି। ସ୍ୱଚ୍ଛତା ସର୍ବେକ୍ଷଣରେ ଗଙ୍ଗା କୂଳରେ ଅବସ୍ଥିତ ସହରଗୁଡ଼ିକରେ ପାଟନା ଭଲ ପ୍ରଦର୍ଶନ କରିପାରିନାହିଁ | ଉତ୍ତରପ୍ରଦେଶର ବାରାଣାସୀ ଗଙ୍ଗା କୂଳରେ ସବୁଠାରୁ ପରିଷ୍କାର ସହର ଭାବରେ ବିବେଚିତ ହୋଇଥିବାବେଳେ ବିହାରର ମୁଙ୍ଗେର ଗଙ୍ଗା କୂଳରେ ଥିବା ସହରଗୁଡିକରେ ସବୁଠାରୁ ପରିଷ୍କାର ସ୍ଥାନ ଭାବେ ଆଖ୍ୟା ପାଇଛି |
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ଭାବରେ ପୁରସ୍କାର ଦିଆଯାଇଛି। ସ୍ୱଚ୍ଛତା ହାସଲ କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବେଗରେ ଆଗକୁ ବଢ଼ୁଥିବା ରାଜ୍ୟର ମାନ୍ୟତା ଲାଭ କରିଛି। ଏଥିସହ ଏହି ସର୍ବେକ୍ଷଣରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି। ୨୦୧୮ ଏବଂ ୨୦୧୯ ରେ ରାଜ୍ୟ ଯଥାକ୍ରମେ ଦେଶରେ ୨୨ ଏବଂ ୧୬ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ମାନ୍ୟତାରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି। ଏହା ବ୍ୟତୀତ ୩-୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ମିଳିଛି |
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/077416-01-02.jpg)