କାତାର ପ୍ରଧାନମନ୍ତ୍ରୀଙ୍କ ସହ ସିଆଇଏ ଚିଫ ଓ ମୋସାଦ ଚିଫଙ୍କ ବୈଠକରେ ବନ୍ଧକମାନଙ୍କ ମୁକ୍ତି  ଏବଂ ହ୍ୟୁମାନ କରିଡର ବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କଥା ହେଉଛି କତାର ହମାସ ଏବଂ ଇସ୍ରାଏଲ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛି । କତାରରେ ହମାସର ବରିଷ୍ଠ ନେତାମାନେ ରାଜନୈତିକ ଶରଣ ନେଇଛନ୍ତି ।

Advertisment

ଇସ୍ରାଏଲ୍ ସୈନ୍ୟବାହିନୀ ଗାଜା ଅଞ୍ଚଳରେ ହମାସର ଆଡ୍ଡା ଉପରେ କ୍ରମାଗତ ଭାବେ ବୋମାମାଡ଼ କରିଚାଲିଛି । ଇସ୍ରାଏଲର ଗ୍ରାଉଣ୍ଡ ଫୋର୍ସ ମଧ୍ୟ ହମାସକୁ ହଟାଇବା ପାଇଁ ଅପରେସନ୍ କରୁଛନ୍ତି । ଅନ୍ୟପଟେ ଗାଜାରେ ହମାସ ଦ୍ୱାରା ବନ୍ଧକ ଥିବା ସାଧାରଣ ନାଗରିକଙ୍କୁ ମୁକ୍ତ କରିବାକୁ ଇସ୍ରାଏଲ ମଧ୍ୟ ଚେଷ୍ଟା ଜାରିରଖିଛି । ଏଥିପାଇଁ ଇସ୍ରାଏଲର ଆଖି କାତାର ଉପରେ ରହିଛି । ଆମେରିକୀୟ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଏବଂ ଇସ୍ରାଏଲ୍ ଏଜେନ୍ସି ମୋସାଦର ଚିଫ ଦୋହାରେ କତାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।  ବିଶେଷ କଥା ହେଉଛି ହାମାସ ରାଜନୈତିକ ମୁଖ୍ୟ ଇସମାଇଲ ହନିହେ କତାରରେ ଆଶ୍ରୟ ନେଇଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ହାମାସ-ଇସ୍ରାଏଲ୍ ଯୁଦ୍ଧ ବନ୍ଦ କରିବା ଏହି ବୈଠକର ମୂଳଉଦ୍ଦେଶ୍ୟ । ତେବେ ଏହି ବାର୍ତ୍ତାଳାପରୁ କେଉଁ ଫଳାଫଳ ବାହାରିଲା ସେ ସମ୍ବନ୍ଧରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ତେବେ ଆମେରିକା କହିଛି ଯେ ଇସ୍ରାଏଲ୍ ଏକ ଅସ୍ଥାୟୀ ଯୁଦ୍ଧବିରାମ ପାଇଁ ସହମତ ହୋଇଛି ।

କାତାର, ଯେଉଁଠାରେ ହମାସ ରାଜନୈତିକ ମୁଖ୍ୟଙ୍କ ସମେତ ଅନେକ ରାଜନୈତିକ ନେତା ଶରଣ ନେଇଛନ୍ତି । ୨୪୦ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ କତାର ନିଜେ ହାମାସ ଏବଂ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଛି । ଅକ୍ଟୋବର ୭ ରେ, ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହିତ ହମାସ ଆତଙ୍କବାଦୀମାନେ ମଧ୍ୟ ଶହ ଶହ ସାଧାରଣ ନାଗରିକଙ୍କୁ ବନ୍ଧକ କରି ରଖିଛନ୍ତି । ସେବେଠାରୁ ଇସ୍ରାଏଲ୍ ସୈନ୍ୟବାହିନୀ ଗାଜାରେ ହମାସର ଆଡ୍ଡା ଉପରେ ଆକ୍ରମଣ କରିଆସୁଛି । ଏହି ଆକ୍ରମଣରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।

କତାରର ନେତାମାନେ ବୁଧବାର ହମାସର ନେତାମାନଙ୍କୁ ଭେଟିଥିଲେ । ଏହା ପରେ କତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ୍ଲାହମାନ ଅଲ-ଥାନି ଦୋହାରେ ଇସ୍ରାଏଲର ମୋସାଦ ମୁଖ୍ୟ ଡେଭିଡ ବର୍ଣ୍ଣିଆ ଏବଂ ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସଙ୍କୁ ଭେଟିଛନ୍ତି ।

ଆମେରିକାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ବର୍ନସ୍ ବର୍ଣ୍ଣିଆ ଏବଂ କାତାର ପ୍ରଧାନମନ୍ତ୍ରୀଙ୍କୁ ଭେଟି ହମାସ ଦ୍ଵାରା ବନ୍ଧକ ମୁକ୍ତ ହେବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ । ତେବେ ସେ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ଏହି ବୈଠକରେ ଗାଜାକୁ ଇନ୍ଧନ ଯୋଗାଣକୁ ଅନୁମତି ଦେବା ନେଇ ଆଲୋଚନା ହୋଇଥିଲା । ଯାହାକୁ ଇସ୍ରାଏଲ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାଖ୍ୟାନ କରିସାରିଛି । ଇସ୍ରାଏଲ କହିବା କଥା ଏହାଦ୍ବାରା ହମାସ ଲାଭବାନ ହେବ ।

ବୁଧବାର ରଏଟର୍ସକୁ ଏକ ସୂତ୍ରରୁ ଜଣାଯାଇଛି ଯେ ଗାଜା ଯୁଦ୍ଧରେ ଏକରୁ ଦୁଇ ଦିନିଆ ଅସ୍ତ୍ରବିରତି ବଦଳରେ ୧୦-୧୫  ବନ୍ଧୁକକୁ ମୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା । କତାରର ଶେଖ ତମିମ ବିନ ହମାଦ ଅଲ ଥାନି ଗୁରୁବାର ରାତିରେ ସଂଯୁକ୍ତ ଆରବ ଏମିରେଟ୍ସ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଆବୁଧାବିରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କୁ ଭେଟିଥିଲେ ।