ବର୍ଷା ଦିନରେ ମଶା ଉପଦ୍ରବ କମାଇବା ପାଇଁ ଘରେ ଲଗାନ୍ତୁ ଏହି ୩ଟି ଗଛ ! ପାଖ ମାଡିବେନି ମଶା ।

1,926

ବର୍ଷାଦିନେ ପୃଥିବୀ ସବୁଜ ହୋଇଉଠେ । କିନ୍ତୁ ବର୍ଷାଦିନର ସବୁଠାରୁ ବଡ଼ ସମସ୍ୟା ହେଉଛି ମଶା । ରାସ୍ତାକଡ଼ରେ ହେଉ ବା କୌଣସି ଖାଲୁଆ ଜାଗାରେ ପାଣି ଜମି ରହୁଥିବାରୁ ତାହା ମଶାମାନଙ୍କର ବାସସ୍ଥଳୀ ପାଲଟି ଯାଇଥାଏ । ବର୍ଷାଦିନେ ଘର ବାହାରେ ପାଣି ଜମି ରହୁଥିବାରୁ ମଶାମାନେ ନିଜ ବଂଶବିସ୍ତାର କରିବା ସହ ଘରକୁ ପ୍ରବେଶ କରିଥାନ୍ତି। ଯାହାଦ୍ୱାରା ଆମେ ମଶା କାମୁଡ଼ା ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଯଦି ଆପଣ ବର୍ଷାଦିନେ ନିଜ ଘରକୁ ମଶାମୁକ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ନିଜ ଘର ପାଖରେ ଏହି ସବୁ ଗଛ ଲଗାଇବା ଆରମ୍ଭ କରନ୍ତୁ ।

• ଲାଭେଣ୍ଡର : ଲାଭେଣ୍ଡରରୁ ବାହାରୁଥିବା ବାସ୍ନା ମଶାମାନଙ୍କୁ ଘର ଭିତରେ ପ୍ରବେଶ କରିବାକୁ ରୋକିଥାଏ । ଏହି ଗଛକୁ ଆପଣ ନିଜ ଘରର ବଗିଚାରେ ଲଗାଇ ପାରିବେ ଅଥବା ନିଜ ଶୋଇବା ଘରେ କୁଣ୍ଡରେ ସଜାଇ ରଖି ପାରିବେ । ଯାହାଦ୍ୱାରା ଘରକୁ ମଶାମାନେ ପ୍ରବେଶ କରିପାରିବେ ନାହିଁ ।

• ଲେମନଗ୍ରାସ : ଲେମନଗ୍ରାସ ଘରେ ଲଗାଇଲେ ଏହାର ବାସ୍ନାରେ ମଶାମାନଙ୍କୁ ଭିତରକୁ ପ୍ରବେଶ କରିବାରେ ଅସୁବିଧା ହୋଇଥାଏ । ଏହାର ବାସ୍ନା ଆଘ୍ରାଣ କରିବା ପରେ ମଶାମାନେ ନିଶ୍ୱାସ ନେଇ ପାରନ୍ତି ନାହିଁ, ଯାହାଫଳରେ ସେମାନେ ମୃତ୍ୟୁବରଣ କରିବା ଡ଼ରରେ ଘରକୁ ପ୍ରବେଶ କରନ୍ତି ନାହିଁ ।

• ପୁଦିନା : ପେଟର ସମସ୍ୟାକୁ ଦୂର କରିବା ସହ ଏହା ମଶାମାନଙ୍କୁ ମଧ୍ୟ ଘର ଭିତରକୁ ଆସିବା ପାଇଁ ରୋକିଥାଏ । ମଶାକୁ ଘରୁ ଦୂରରେ ରଖିବା ପାଇଁ ଚାହୁଁଥିଲେ ଆଜି ହିଁ ଘରେ ଆଣି ପୁଦିନା ଗଛ ଲଗାନ୍ତୁ ।