କନକ ବ୍ୟୁରୋ: ରାଜଧାନୀବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ବିଏମ୍ସିର ମାଷ୍ଟର ପ୍ଲାନ । ପରୀକ୍ଷାମୂଳକ ଭାବେ ଡ୍ରୋନ ବ୍ୟବହାର କରାଯାଇଛି । ଡ୍ରୋନ୍ ଉଡ଼ାଇ ଆରମ୍ଭ କରାଯାଇଛି ମଶା ଉତ୍ପତିସ୍ଥଳର ସର୍ବେକ୍ଷଣ । ପ୍ରଥମେ ନିଳାଦ୍ରୀବିହାର ସେକ୍ଟର-୩ ୱାର୍ଡ ଅଫିସରେ ମଶା ଉତ୍ପତିସ୍ଥଳ ଖୋଜିବା ପାଇଁ ଡ୍ରୋନର ସହାୟତା ନିଆଯାଇଛି ।
ଭୁବନେଶ୍ୱରରେ ଦିନକୁ ଦିନ ମଶା ବଂଶ ବଢିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଂଟା ଭିଡିଛି ବିଏମ୍ସି । ମଶା ଉତ୍ପତିସ୍ଥଳ ଖୋଜିବା ସହ ଅପହଁଞ୍ଚ ସ୍ଥାନରେ ମଶାମରା ତେଲ ସିଂଚନ କରିବ ଡ୍ରୋନ । ସୋମବାରଠାରୁ ୱାର୍ଡୱାରୀ ବୁଲିବେ ସଫେଇ କର୍ମଚାରୀ । ବୁଲି ବୁଲି ସମସ୍ତ ନାଳରେ ପକାଯିବ ମଶା ତେଲ ।
ଘରେ ହେଉ କି ବାହାରେ, କିଛି ଦିନ ହେଲା ମଶା ଯୋଗୁଁ ଅତିଷ୍ଟ ହୋଇପଡିଛନ୍ତି ରାଜଧାନୀବାସୀ । ଅସନ୍ତୋଷ ବଢ଼ିବାରୁ ତତ୍ପର ହୋଇଛି ଭୁବନେଶ୍ୱର ମହାନଗର ନିଗମ । କୋଲକାତା ଷ୍ଟାଇଲରେ ମଶା ବଂଶ ଲୋପ କରିବା ପାଇଁ ଡ୍ରୋନ ବ୍ୟବହାର କରିଛି ବିଏମ୍ସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/23-15.jpg)