ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେଲା ସାମିଲ

202

କନକ ବ୍ୟୁରୋ : ମୋ ସରକାରରେ ସାମିଲ ହୋଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି । ଜନସାଧାରଣଙ୍କୁ ଏହି ବିଭାଗର ସେବାରେ ସ୍ୱଚ୍ଛତା ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ଫାଇବ୍ ଟି ସଚିବ ଭି କାତିକେୟନ ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ । ତେବେ ଜନସାଧାରଣ ଏହି ବିଭାଗର ସେବା ଠିକ ଭାବେ ପାଉଛନ୍ତି ନା ନାହିଁ ତାର ସମୀକ୍ଷା କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଫୋନ କରି ବୁଝାଯିବ ବୋଲି କହିଛନ୍ତି ଦେଇଛନ୍ତି ମନ୍ତ୍ରୀ ।