କନକ ବ୍ୟୁରୋ: ଆଜି ୨୦୨୩ ର ସାଧାରଣ ବଜେଟ୍ , ଯାହା ଉପରେ ରହିଛି ଧନୀଠୁ ଗରୀବ ସମସ୍ତଙ୍କ ନଜର । କାରଣ ବଜେଟ୍ ସେମାନଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଏହା ପୂର୍ବରୁ ସୁରୁଖୁରୁରେ ବଜେଟ୍ ଉପସ୍ଥାପନ ହେବା ଉଦ୍ଦେଶ୍ୟରେ ପ୍ରଥମେ ପୂଜାର୍ଚ୍ଚନା କରିଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭଗବତ୍ କିଶନରାଓ କରାଦ୍ ।

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅର୍ଥ ମନ୍ତ୍ରଣାଳୟରେ ଯାଇ ପହଞ୍ଚିଥିଲେ । ଏହାପରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ ହେବାର ସୂଚନା ରହିଛି । ତେବେ ଏହି ବଜେଟ୍ ସବୁ ବର୍ଗର ଲୋକଙ୍କୁ ସୁହାଇବା ଭଳି ହେବ ବୋଲି ଆଶା କରାଯାଉଛି ।