ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ । ଆଉ କିଛି ସମୟ ପରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

70

କନକ ବ୍ୟୁରୋ: ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସେପଟେ ସଂସଦରେ ସାଧାରଣ ବଜେଟ ଆଗତ ହେବା ପୂର୍ବରୁ ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏହି ବୈଠକ ସକାଳ ୧୦ଟା ୧୫ରେ ବସୁଥିବା ବେଳେ ଏଥିରେ ୨୦୨୧-୨୨ ବଜେଟକୁ ମିଳିବ ଅନୁମୋଦନ ।

ତେବେ ଏଥର ଅର୍ଥମନ୍ତ୍ରୀ ପାରମ୍ପରିକ ବଜେଟ୍‌ ବ୍ରିଫ୍‌କେସ୍‌ ଓ ବହି-ଖାତା ପରିହାର କରିଛନ୍ତି। ଏସବୁ ପରିବର୍ତ୍ତେ ସେ ଭାରତରେ ନିର୍ମିତ ଏକ ‘ଟ୍ୟାବ୍‌ଲେଟ୍‌’ ଧରିଛନ୍ତି। ୨୦୨୧-୨୨ ବଜେଟ୍‌ ସମ୍ପୂର୍ଣ୍ଣ କାଗଜରହିତ କରାଯାଇଛି। ଏଥର ବଜେଟ୍‌ କାଗଜ ମୁଦ୍ରଣ ନ ହେବା ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଘଟଣା। ଏବର୍ଷ ବଜେଟ୍‌ର କେବଳ ସଫ୍ଟ‌ କପି ସେୟାର୍‌ କରାଯିବ। ଏଥିପାଇଁ ସଂସଦର ଉଭୟ ସଦନରୁ କେନ୍ଦ୍ର ସରକାର ଅନୁମତି ପାଇଛନ୍ତି।

ଅନ୍ୟପକ୍ଷରେ ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ  ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଥିଲେ । ଅନୁରାଗ ଠାକୁର ଘରୁ ବାହାରି ପୂଜାର୍ଚ୍ଚନା କରିଛନ୍ତି । ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବାହାରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।