କନକ ବ୍ୟୁରୋ : ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମୃତଦେହ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ ।
ଏମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ ଦାଶ । ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ଗୁୁରୁବାର ଦିନ ବଡ଼ଭାଇଙ୍କ ମୋବାଇଲକୁ ଉଦ୍ଧାର ୫ ଯବାନଙ୍କ ମୃତଦେହର ଫଟୋ ଆସିଥିଲା । ସେଥିରୁ ଭାଇ ମନୋଜ ସରୋଜଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ଫେବ୍ରୁଆରୀ ମାସରେ ବିବାହ କରିଥିଲେ ସରୋଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/10-4.jpg)