ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା : ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ; ଅନ୍ତିମ ବିଦାୟ ଦେଲେ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି

694

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସାମିଲ ହୋଇଥିଲେ ଗୀତା ମେହେଟ୍ଟାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ତାଙ୍କର ପରିବାରଜନ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିଲେ ।

ଆମେରିକାରୁ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଫେରିବା ପରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ହୋଇଛି । ପୁଅ ଆଦିତ୍ୟ ଗୀତାଙ୍କୁ ମୁଖାଗ୍ନି ଦେଇଥିଲେ । ଶନିବାର ପ୍ରଖ୍ୟାତ ଲେଖିକା, ସାମ୍ବାଦିକା ଓ ବୃତଚିତ୍ର ନିର୍ମାତା ଗୀତା ମେହେଟ୍ଟାଙ୍କ ଦେହାନ୍ତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ୮୦ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।