କନକ ବ୍ୟୁରୋ : ବିଦାୟ ବିଜୟ । ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଡିଶା ସ୍ତବ୍ଧ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ ରସୁଲଗଡ ସ୍ଥିତ ବାସଭବନକୁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶେଷ ଶ୍ରଦ୍ଧାଂଜଳୀ ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।
ବିଜୟ ମହାନ୍ତିଙ୍କ ପରଲୋକରେ ଓଡିଆ ସିନେ ଜଗତରେ ୪୩ ବର୍ଷର ଯାତ୍ରାର ଅବସାନ ଘଟିଛି । ୧୯୫୦ ମସିହା ଏପ୍ରିଲ ୮ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୦ ବର୍ଷ । ୪୩ ବର୍ଷର ଅଭିନୟ ଜୀବନରେ ୧୮୦ରୁ ଅଧିକ ଓଡିଆ ଚଳଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି ବିଜୟ ମହାନ୍ତି । ଏକାଧାରରେ ଜଣେ ଅଭିନେତା, ନାଟ୍ୟକାର ଏବଂ ନିର୍ଦ୍ଦେଶକ ଥିଲେ । ଜୟଦେବ ସମ୍ମାନ ସହିତ ୬ ଥର ରାଜ୍ୟ ଚଳଚିତ୍ର ସମ୍ମାନ ପାଇଥିଲେ । ଏବେ ତାଙ୍କର ପରଲୋକରେ ସାରା ଓଡିଶା ସ୍ତବ୍ଧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/1-29.jpg)