କନକ ବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଟିମ୍ ଇଣ୍ତିଆରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଲେ ହେଡ କୋଚ୍ ଓ ସପୋର୍ଟିଂ ଷ୍ଟାଫ୍ । ଗୌତମ ଗମ୍ବୀର ମୁଖ୍ୟ କୋଚ ଦାୟିତ୍ୱ ନେଇଥିବା ବେଳେ ଅଭିଷେକ ନାୟର ଓ ରାନ୍ ଟେନ୍ ଡୋସକାଟେ ଆସିଷ୍ଟାଣ୍ଟ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି । ତେବେ ଆଜି ସାଉଥ ଆଫ୍ରିକାର ପୂର୍ବତନ ଷ୍ଟାର ବୋଲର ମର୍ଣ୍ଣି ମୋର୍କେଲ ଟିମ୍ ଇଣ୍ତିଆର ବୋଲିଂ କୋଚ ଭାବେ ଦାୟିତ୍ୱ ନେଇଛନ୍ତି ।

Advertisment

ଗମ୍ଭୀର ହେଡ କୋଚ୍ ଭାବେ ଚୟନ ହେବା ପରେ ସେ ତାଙ୍କ ସପୋର୍ଟ ଷ୍ଟାଫ ପାଇଁ କିଛି ଜଣଙ୍କ ନାମ ବିସିସିଆଇକୁ ଜଣାଇଥିଲେ । ସେହି ଲିଷ୍ଟରେ ରହିଥିଲେ ସାଉଥ ଆଫ୍ରିକାର ଷ୍ଟାର ବୋଲର ମଣ୍ଣି ମୋର୍କେଲ । ପୂର୍ବରୁ ଗମ୍ଭୀର ଓ ମୋର୍କେଲ ଏକାଠି ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିସାରିଛନ୍ତି । ଏହାଛଡ଼ା ଲକ୍ଷ୍ନୌ ସୁପଜାଏଣ୍ଟସରେ ଉଭୟ କୋଚିଂ ମଧ୍ୟ ଦେଇଛନ୍ତି ।

ମୋର୍କେଲ ଏହା ପୂର୍ବରୁ ପାକିସ୍ତାନର ବୋଲିଂ କୋଚ ଭାବେ ଦାୟିତ୍ୱ ନେଇଥିଲେ । ଦିନିକିଆ ବିଶ୍ୱକପରେ ପାକିସ୍ତାନର ବିଫଳତା ପରେ ସେ ପଦରୁ ଓହରି ଯାଇଥିଲେ । ଆଇପିଏଲ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପଜାଏଣ୍ଟସରେ ଗମ୍ଭୀର ଓ ମୋର୍କେଲଙ୍କ ଯୋଡ଼ି ଟିମକୁ ଲଗାତାର ଦୁଇଥର ପ୍ଲେ ଅଫରେ ସାମିଲ କରିଥିଲା । ତେବେ ମୋର୍କେଲଙ୍କଠାରୁ ଭାରତୀୟ ବୋଲର ବେଶ କିଛି ଶିଖିବେ ବୋଲି ଗମ୍ଭୀର ମନ୍ତବ୍ୟ ଦେଇଛନ୍ତି ।

ସାଉଥ ଆଫ୍ରିକାର ଫାଷ୍ଟ ବୋଲର ମର୍ଣ୍ଣି ମୋର୍କେଲ ୨୦୦୬ରୁ କ୍ୟାରିୟର ଆରମ୍ଭ କରି ୨୦୧୮ରେ ଅବସର ନେଇଥିଲେ । ସେ ୮୬ଟି ଟେଷ୍ଟ ମ୍ୟାଚ୍ ଓ ୧୧୭ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୩୦୯ଟୁ ୱିକେଟ ଓ ଦିନିକିଆରେ ୧୮୮ଟି ୱିକେଟ ନେଇଛନ୍ତି ମୋର୍କେଲ ।