କନକ ବ୍ୟୁରୋ : ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି ଦକ୍ଷିଣଆଫ୍ରିକାର ଷ୍ଟାର ପ୍ଲେୟାର କ୍ରିସ୍ ମୋରିସ୍ । ଯୁବରାଜ ସିଂହଙ୍କୁ ପଛରେ ପକାଇ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳୀ ବନିଛନ୍ତି ମୋରିସ୍ । ୧୬.୨୫ କୋଟି ଟଙ୍କାରେ ମୋରିସଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ।
ତେବେ ଗତ ଆଇପିଏଲରେ କ୍ରିସ୍ ମୋରିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । ଦମଦାର ପ୍ରଦର୍ଶନ କରିଥିବାରୁ ଏଥର ଦାମୀ ଖେଳାଳୀ ଭାବେ ତାଙ୍କର ନିଲାମୀ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋରିସଙ୍କ ବେସ୍ ପ୍ରାଇସ୍ ମାତ୍ର ୭୫ ଲକ୍ଷ ଟଙ୍କା ଥିବା ବେଳେ ସେ ୧୬.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/Morise.jpg)