କନକ ବ୍ୟୁରୋ : ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଦେଖିବାକୁ ମିଳିଛି ଅଜବ ଘଟଣା । ଘରକୁ ଆଣାଯାଇଥିବା ଏକ ନୂଆ ଫ୍ରିଜ ଅନ୍ କରିବା ପରେ ହଠାତ ବିସ୍ଫୋରଣ ହୋଇଥିଲା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା କି କିଛି ମିନିଟ୍ ମଧ୍ୟରେ ପୁରା ଘରଟି ଧ୍ୱଂସ ହୋଇଯାଇଛି । କୁହାଯାଉଛି କି ଫ୍ରିଜର କମ୍ପ୍ରେସର ଫାଟି ଯିବାରୁ ଏଭଳି ବିସ୍ଫୋରଣ ହୋଇଛି । ଘର ମାଲିକଙ୍କ କହିବା ମୁତାବକ ଏହି ବିସ୍ଫୋରଣ ଫଳରେ ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

Advertisment

ସୂଚନା ମୁତାବକ ମଧ୍ୟପ୍ରଦେଶ ମୁରେନା ଜିଲ୍ଲା ନଗରସେନ ରୋଡ ମନ୍ଦିର ନିକଟରେ ରହୁଥିବା ଟିଙ୍କୁ ମାହୋର ସୋମବାର ଦିନ ଘରକୁ କେଲଭିନେଟର କମ୍ପାନୀର ଏକ ଫ୍ରିଜ ଆଣିଥିଲା । ଘରକୁ ନୂଆ ଫ୍ରିଜ ଆସିଥିବାରୁ ପରିବାର ଲୋକେ ବେଶ୍ ଖୁସିଥିଲେ । ମଙ୍ଗଳବାର ଦିନ ଯେତେବେଳେ ଫ୍ରିଜ ସ୍ୱିଚ୍ ଅନ୍ କରାଯାଇଥିଲା ସେତେବେଳେ ପରିବାର ଲୋକମାନେ ବାହାର ବଙ୍ଗଳାରେ ବସିଥିଲେ । ହେଲେ ହଠାତ୍ ଫ୍ରିଜଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ହଠାତ୍ ଘରେ ନିଆଁ ଲାଗିବା ସହ ଘରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଏଥିରେ ଘର ଭିତରେ ଥିବା ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜଳିଯିବା ସହ ଅନ୍ୟ ଆସବାବପତ୍ର ମଧ୍ୟ ନଷ୍ଠ ହୋଇଯାଇଛି ।