କାଳ ସାଜିଲା କରମଣ୍ଡଳ ଏକ୍ସପ୍ରେସ । ଏବେ ସୁଦ୍ଧା ୧୦୦୦ରୁ ଅଧିକ ଆହତ, ୧୨୦ ମୃତ!

317

କନକ ବ୍ୟୁରୋ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଏବେ ପୂରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୨୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ । ସମୟ ଗଡିବା ସହ ମୃତ୍ୟୁସଂଖ୍ୟା ଓ ଆହତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏବେସୁଦ୍ଧା ୧୦୦୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ।

ଟ୍ରେନ ଦୁର୍ଘଟଣା ପରେ ଅନେକ ଲୋକ ବଗି ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି । ତେଣୁ ଆହତ ଓ ମୃତକଙ୍କ ସଂଖ୍ୟା ବଢିପାରେ । ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ସବୁ ପ୍ରକାର ସହଯୋଗ ଜାରି ରଖିଛନ୍ତି । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିବେ ।