ବିଜୟ ଶଙ୍କରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ : ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କରିବେ ବାନ୍ଧବୀ ସୋମାଲିକା

ବିଜୟ ଶଙ୍କରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ : ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କରିବେ ବାନ୍ଧବୀ ସୋମାଲିକା

କନକ ବ୍ୟୁରୋ : ପିଛା ଛାଡୁନି ବିବାଦ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିପାରେ ଅଡୁଆ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଜି କଟକ ସବ ରେଜିଷ୍ଟର ଅଫିସକୁ ଆସି ଏହା ବିରୋଧରେ ଆପତ୍ତି କରିବେ ବୋଲି ସୂଚନା ଦେଇଛନ୍ତି । ସେହିପରି କଟକରେ ଅଭିଯୋଗ ପତ୍ର ଦାଖଲ କରିବା ପରେ ଜଗତସିଂହପୁର ଯାଇ ବିଜୟ ଶଙ୍କରଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣି ଥାନାରା ଦ୍ୱାରସ୍ଥ ହେବେ ବୋଲି ସୂଚନା ରହିଛି ।

ଗତ ୨୧ ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଅନ୍ୟପଟେ ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ‘କୋର୍ଟଙ୍କ ଦ୍ବାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି’ ବୋଲି କହିଛନ୍ତି । ସଂପୃକ୍ତ ଯୁବତୀଙ୍କୁ ନେଇ ପୂର୍ବରୁ ମଧ୍ୟ ସୋମାଲିକା ଗଣମାଧ୍ୟମରେ ବୟାନ ଦେଇଥିଲେ ।

ଜଣେ ବିବାହିତ ମହିଳାଙ୍କ ପ୍ରେମରେ ବିଜୟ ଶଙ୍କର ପଡ଼ିଛନ୍ତି, ତାଙ୍କୁ ହିଁ ସେ ବିବାହ କରିବେ ବୋଲି ସେ ବାରମ୍ବାର ଅଭିଯୋଗ କରିଥିଲେ। ବର୍ତ୍ତମାନ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି, ଏଣୁ ତାଙ୍କୁ ବିବାହ କରିବା ପାଇଁ ବିଧାୟକ ଆବେଦନ କରିଥିବା ସୋମାଲିକା କହିଛନ୍ତି । ଜଣେ ବିଧାୟକଙ୍କ ବିରୋଧରେ ଥାନା ଓ କୋର୍ଟରେ ମାମଲା ରୁଜୁ କରାଯାଇଛି, ତାଙ୍କୁ କେହି ବି କ୍ଲିନ୍‌ଚିଟ୍ ପ୍ରଦାନ କରି ନାହାନ୍ତି। ତଥାପି କାହା ସାହସରେ ସେ ଏମିତି ପଦକ୍ଷେପ ନେଉଛନ୍ତି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe