କନକ ବ୍ୟୁରୋ : ବଢିଛି କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ଅଡୁଆ । ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଆବେଦନର ବିଚାର କରି କୋର୍ଟ ସୌରୀନଙ୍କୁ ଅଳ୍ପ କିଛି ଦିନ ପାଇଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଏହି ସମୟରେ ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ତେବେ ଅନ୍ତରୀଣ ସୁରକ୍ଷା ଅବଧି ସରିବା ପରେ ସୌରୀନ ପୁଣି କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଅନ୍ତରୀଣ ସୁରକ୍ଷା ଅବଧି ବେଳେ ସୌରୀନ୍ ପୋଲିସ ନିକଟରେ ହାଜର ହୋଇଥିଲେ । ପୋଲିସ କୋର୍ଟରେ ଦାଖଲ କରିଥିବା କେସ ଡାଏରୀକୁ ନଜରରେ ରଖି ଏବେ ଜାମିନ ଖାରଜ କରି ଦେଇଛନ୍ତି କୋର୍ଟ । ଜଣେ ଯୁବତୀ ସୌରୀନଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ଅଡୁଆରେ ପଡିଛନ୍ତି ପଶ୍ଚିମବଙ୍ଗର ଏହି କଣ୍ଠଶିଳ୍ପୀ ।