କନକ ବ୍ୟୁରୋ: ଏକାଠି ହୋଇ ପାରିବେ ୧୦୦ରୁ ଅଧିକ ଲୋକ । ସମାବେଶରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ । ନୂଆ ଗାଇଡଲାଇନରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଅନଲକ ୫.୦ରେ ସାମାଜିକ ସଭା ସମିତି ଉପରେ କଟକଣା କୋହଳ କଲେ କେନ୍ଦ୍ର ସରକାର । ଏଣିକି ସଭା ସମିତିରେ ୧୦୦ ଅଧିକ ଲୋକଙ୍କ ସମାଗମ ହୋଇପାରିବ । ତେବେ କଣ୍ଟେନମେଣ୍ଟ ଜୋନ ବାହାରେ ଏହି ସବୁ ନିୟମ କାର୍ଯ୍ୟକାରୀ ହେବ ।

Advertisment

ତେବେ ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଞ୍ଜନ, ଧାର୍ମିକ ଏବଂ ରାଜନୈତିକ ସମାବେଶରେ ୧୦୦ରୁ ଅଧିକ ଯୋଗ ଦେଇ ପାରିବେ । ଏସବୁ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଅନୁମତି ଦିଆଯାଇଛି । ବନ୍ଦ ବା ଆବଦ୍ଧ ପରିସରରେ କିମ୍ବା ହଲର ମୋଟ୍ ଆସନ ସଂଖ୍ୟାର ୫୦ ପ୍ରତିଶତ ଜନସମାଗମ ନିମେନ୍ତେେ ଅନୁମତି ମିଳିବ, କିନ୍ତୁ ସର୍ବାଧିକ ୨୦୦ ଲୋକ ଏଥିରେ ଏକତ୍ର ହୋଇପାରିବେ। ଏହି ଜନସମାଗମରେ ସମସ୍ତେ ଫେସ୍‌ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ରରୁରୀ। ଏଥିସହ ଯୋଗ ଦେଉଥିବା ସମସ୍ତଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ହ୍ୟାଣ୍ଡୱାସ୍ ସାନିଟାଇଜର୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।

ସେପଟେ ସରକାରଙ୍କ ସମାଗମ ନିଷ୍ପତ୍ତି ନେଇ ଉଠିଲା ପ୍ରଶ୍ନ । କଣ ପାଇଁ ସରକାର ସଭା ସମିତିରେ ଲୋକଙ୍କ ସଂଖ୍ୟା ବଢାଇଲେ । କୁହାଯାଉଛି ଆଗକୁ ନିର୍ବାଚନ, ଉପ ନିର୍ବାଚନ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି । ବିହାରରେ ବିଧାନସଭା ନିର୍ବାଚନ ଥିବାରୁ କରୋନା କାଳରେ ପ୍ରଚାର ଏବଂ ଲୋକଙ୍କ ପାଖରେ ନିର୍ବାଚନୀ ମୁଦ୍ଦ ପହଞ୍ଚାଇବାକୁ ଲୋକଙ୍କ ସମାଗମ ଉପରେ ଲାଗିଥିବା କଟକଣାକୁ କୋହଳ କରିଛନ୍ତି ସରକାର । ଏପଟେ ଓଡିଶାରେ ବାଲେଶ୍ୱର ସଦର, ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପ ନିର୍ବାଚନ ଥିବାରୁ ସେ ଦିଗକୁ ମଧ୍ୟ ଲକ୍ଷ୍ୟ ରଖି ସରକାର ନିଷ୍ପତି ନେଇଥାଇ ପାରନ୍ତି । ତେବେ ସମାବେଶ ପାଇଁ କଟକଣା କୋହଳ ହୋଇଥିଲେ ହେଁ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ କାରଯାଇଛି ।