ଓଡିଶା ଫେରିବାକୁ ଆକୁଳ ନିବେଦନ । ଆନ୍ଧ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୭ରୁ ଅଧିକ ଓଡିଆ ଯୁବତୀ

416

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଫସିରହିଛନ୍ତି ଓଡିଶାରର ୭ରୁ ଅଧିକ ଯୁବତୀ । କରୋନା କଟକଣା କୋହାଳ ହେବା ପରେ ଏମାନେ ଆନ୍ଧ୍ରପ୍ରଦେଶ ର କଡପା ଜିଲ୍ଲାରେ ଥିବା ସୂତାକଳ କମ୍ପାନୀରେ କାମ କରିବାକୁ ଯାଇଥିଲେ । ହେଲେ ସେଠାରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ।

ଓଡିଶା ଫେରାଇ ଆଣିବାକୁ ଭିଡିଓ କରି ସେ ରାଜ୍ୟସରକାରଙ୍କୁ ନିବେଦନ କରିଛନ୍ତି । ତାଙ୍କୁ ଦରମା ଦିଆଯାଉନଥିବା ବେଳେ ନିଜ ଘରକୁ ବି ସେମାନଙ୍କୁ ଛଡାଯାଉନି । ତାଙ୍କର ମୋବାଇଲ ମଧ୍ୟ ଛଡାଇନିଆଯାଇଥିବା ସେ କହିଛନ୍ତି । ତେଣୁ ଖୁବ ଶୀଘ୍ର ସେମାନଙ୍କୁ ଉଦ୍ଧାର କରିବାକୁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ।