କନକ ବ୍ୟୁରୋ : କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । ସମ୍ପୁକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନରୁ ଏହି ବାଣ ଆଣି ସେଗୁଡିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରି ଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ । ଏହା ବ୍ୟତୀତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମ ରେ କଟକ କମିଶନରେଟ ପୋଲିସ ବେଆଇନ ବାଣ ଧର ପକଡ ଅଭିଯାନ ଆରମ୍ଭ କରିଛି। ଏହି କ୍ରମରେ ଜଗତପୁର ପୋଲିସ ଗତ କାଲି ବେଆଇନ ବାଣ ଜବତ କରିଥିବା ବେଳେ ଆଜି ବିଡ଼ାନାସି ପୋଲିସ ମଧ୍ୟ ବାଣ ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-03-14h26m44s985.png)