ଖଣି ପାଇଁ ବଳି ପଡିବ ଗଛ ! ଯୋଡା ଓ ସୁନ୍ଦରଗଡରେ ନଷ୍ଟ ହେବ ୯ ଶହ ହେକ୍ଟର ଜଙ୍ଗଲ,କଟାହେବ ୯ ଲକ୍ଷ ଗଛ

୯ଟି ନୂଆ ଖଣି ପାଇଁ ସରକାରଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ

261

କନକ ବ୍ୟୁରୋ: ଖଣି ପାଇଁ କଟାହେବ ଗଛ । ୯ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବା ସହ ପ୍ରାୟ ୯ଲକ୍ଷ ଗଛ କଟାଯିବ । କେନ୍ଦୁଝର ଜିଲ୍ଲା ଯୋଡା ଓ ସୁନ୍ଦରଗଡର ବଣାଇ ଖଣି ଅଂଚଳରେ ୯ଟି ନୂତନ ଖଣି ପାଇଁ ସରକାର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖଣି ପାଇଁ ୯ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେବ ବୋଲି ଆକଳନ କରାଯାଉଛି । ଫଳରେ ଖଣି ଅଂଚଳ ତଥା ଦୁଇ ଜିଲ୍ଲାର ପରିବେଶ ସନ୍ତୁଳନ ବିଗିଡିବା ଆଶଙ୍କା ଦେଖା ଦେଇଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ରାଜନେତା ।

ପୂର୍ବରୁ ଗତ ଦଶନ୍ଧିରୁ ଅଧିକ ସମୟ ଧରି ଖଣି ଖନନ ଜାରି ରହିଛି । ଯେଉଁଥି ପାଇଁ ୨୪ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ପୁଣି ଏବେ ନୂଆ ଖଣି ପାଇଁ ୯ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେଲେ ଏହାର ପରିଣାମ ଭୟଙ୍କର ହେବ । ଜଙ୍ଗଲ ନଷ୍ଟ ହେବା ଫଳରେ ସ୍ଥାନୀୟ ଅଂଚଳରେ ପାନୀୟ ଜଳର ସଙ୍କଟ, ପ୍ରଦୂଷଣ ସହ ତାପମାତ୍ରା ବଢିବ । ଜଙ୍ଗଲି ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡିବେ, ବାସହରା ହୋଇ ଜଙ୍ଗଲି ଜନ୍ତୁ ଗାଁ ମୁହାଁ ହେବେ, ତେଣୁ ବ୍ୟାପକ ଧନବଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।