କନକ ବ୍ୟୁରୋ: ଗୃହରେ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ  । ରାଜ୍ୟରେ ଯୋଗାଣ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଦିଆଯାଉଛି ଓ କେତେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ଚିହ୍ନଟ କରାଯାଇଛି ତାହାର ବିବରଣୀ ମାଗିଥିଲେ ।

ଏହାପରେ ଏହାର ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଣ୍ଣ ଚନ୍ଦ୍ର ପାତ୍ର । ପଞ୍ଚାୟତୱାରୀ ଏହାର ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା  ଆଇନ ଅଧୀନରେ ୩,୨୫,୯୩,୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦,୦୨,୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି ।

ରାଜ୍ୟରେ ମୋଟ ୯ ଲକ୍ଷ ୯୧ହଜାର ୯୨୯  ଆବେଦନକାରୀ  ରାସନକାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ଏହି ସବୁ ଆବେଦନପତ୍ରଗୁଡିକର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଯାଞ୍ଚ କରାଯିବାକୁ ପଦକ୍ଷେପ ନିଆଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବ ।