ମାର୍ଚ୍ଚ ମାସର ସାଇବର ଠକେଇ ରିପୋର୍ଟ । କେବଳ ଭୁବନେଶ୍ୱରରୁ ୮୪ ଲକ୍ଷ ଟଙ୍କା ଉଡାଇ ନେଇଛନ୍ତି ସାଇବର ଠକ ।

141

କନକ ବ୍ୟୁରୋ : ମାର୍ଚ୍ଚ ମାସର ସାଇବର ଅପରାଧ ନେଇ ତଥ୍ୟ ଦେଲା ପୋଲିସ । ମାର୍ଚ୍ଚ ମାସରେ ସାଇବର ଅପରାଧ ସମ୍ପର୍କିତ ମୋଟ ୬୨୯ଟି କଲ ସାଇବର ଡେସ୍କକୁ ଆସିଛି । ସବୁଠୁ ବଡ କଥା ହେଲା ଏହି ସାଇବର ଠକେଇର ପ୍ରାୟ ଅଧା ମାମଲା ଭୁବନେଶ୍ୱରରୁ ଆସିଛି । ଭୁବନେଶ୍ୱରରେ ୩୧୦ଟି ସାଇବର ଠକେଇ ହୋଇଥିବା ଜଣାପଡିଛି ।

ତିନି ପ୍ରକାରର ଲୋକଙ୍କୁ ଠକିଛନ୍ତି ସାଇବର ଠକ । ୟୁପିଆଇ ମାଧ୍ୟମରେ ଠକେଇର ଶିକାର ହୋଇଛନ୍ତି ୧୭୦ ଜଣ । କ୍ରେଡିଟ ଓ ଡେବିଟ କାର୍ଡ ମାଧ୍ୟମରେ ୮୦ଟି ଠକେଇ ହୋଇଥିବା ବେଳେ ଅନ୍ୟାନ୍ୟ ଠକେଇ ବାବଦରେ ୩୭୯ଟି କଲ ଆସିଛି । ଆଉ ଏଭଳି ଠକେଇ ମାଧ୍ୟମରେ ୮୪ ଲକ୍ଷ ୭୮ ହଜାର ୩୯୪ ଟଙ୍କା ଉଡାଇ ନେଇଛନ୍ତି ସାଇବର ଠକ । ତେବେ କିଛି ସାଇବର ଠକଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଥିବା ବେଳେ ୨ ଲକ୍ଷ ୫୩ ହଜାର ୬୪୭ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।