୨୪ ଘଣ୍ଟାର କରୋନା ରିପୋର୍ଟ । ଦେଶରେ ୮ ହଜାରରୁ ଅଧିକ ସଂକ୍ରମିତ, ୬୨୧ ଜଣ ମୃତ ।

90

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ ଓମିକ୍ରନକୁ ନେଇ ପୂରା ବିଶ୍ୱ ଚିନ୍ତାରେ ପଡିଥିବା ବେଳେ ଏବେ ପୁଣିଥରେ ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ଆରମ୍ଭ କରିଛି । ପୂର୍ବପେକ୍ଷା ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୮୭୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୋଟ ୬୨୧ ଜଣ ପ୍ରାଣ ହରାଇଥିବାର ଦେଖିବାକୁ ମିଳିଛି ।  ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୭୨,୫୨୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୬୨୧ ମୃତ୍ୟୁକୁ ମିଶାଇ ଭାରତରେ ଏଯାବତ ୪,୬୮,୫୫୪ ଜଣ ମୃତ୍ୟୁ ବରଣ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୨୧,୯୪,୭୧,୧୩୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେହିଭଳି ରାଜ୍ୟରେ ୨୪ ଘଣ୍ଟାରେ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଅଛନ୍ତି ୩୩ଜଣ । ସଂଗରୋଧରୁ ୧୧୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୯ ଜଣ । ଖୋର୍ଦ୍ଧାରୁ ୮୭ ଜଣ, କଟକରୁ ୧୩ଜଣ, ସୁନ୍ଦରଗଡ଼ରୁ ୧୩ଜଣ, ବାଲେଶ୍ୱରରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୫୫ଜଣ । ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୬୮୩ ରହିଛି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୭ ହଜାର ୮୬୪ ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୫୯ଜଣ ।