ଦେଶରେ ଗତ ୨୪ ଘଂଟାରେ ୭୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ : ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ଟପିଲା ୫୫ ଲକ୍ଷ; ହଜାରେ ୫୩ ନୂଆ ମୃତକଙ୍କୁ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୮୮ ହଜାର ପାର

Advertisment
ଦେଶର କରୋନା ମିଟର : ଗତ ୨୪ ଘଣ୍ଟାରେ ୩୮,୬୨୮ ନୂଆ କରୋନା ଆକ୍ରାନ୍ତ, ୬୧୭ ମୃତ

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୫୫ ଲକ୍ଷ । ଗତ ୨୪ ଘଂଟାରେ ସାରା ଦେଶରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ , ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୯ ଲକ୍ଷ ୭୫ ହଜାର ୮୬୧ ଆକ୍ଟିଭ୍ ମାମଲା ରହିଛି । ସୁସ୍ଥ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୮କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୧ ହଜାର ୫୩ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୮ ହଜାର ଅତିକ୍ରମ କରିଛି । ଦେଶରେ ବର୍ତମାନ୍ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ରହିଛି ୮୮ ହଜାର ୯୩୫ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe