କନକ ବ୍ୟୁରୋ: ବ୍ୟାଙ୍କ ଫ୍ରଡ ମାମଲାରେ ଇଡିର ସଫଳତା । ଜବତ ହେଲାଣି ୬୫ ହଜାର କୋଟିରୁ ସମ୍ପତ୍ତି । ୧୧୬୦ ବେଆଇନ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ୧୭୪ ଜଣଙ୍କୁ ଗିରଫ କରିଛି । ଏବଂ ଏଥିସହ ଜଡିତ ମାମଲାରେ ୬୫ ହଜାର ୨୭୯ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି ।

Advertisment

ଏହି ସମ୍ପତ୍ତି ସବୁ ଋଣ ନେଇ ଫେରାଇ ନଥିବା କମ୍ପାନୀ ଅବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ପତ୍ତି । ଯେଉଁମାନେ ଦେଶର ବଡ଼ ବଡ଼ ବ୍ୟାଙ୍କରୁ ଋଣ ନେଇ ଠକେଇ କରିଛନ୍ତି ଅବା ପରେ ସୁଝିନାହାଁନ୍ତି । ୬୫ ହଜାର କୋଟିରୁ ଅଧିକ ସମ୍ପତ୍ତି ମଧ୍ୟରୁ ଅଧିକାଂଶ ଜବତ ହୋଇଥିବା ବେଳେ କିଛି ଫ୍ରିଜ୍ ହୋଇଛି ଆଉ କିଛି ସମ୍ପତ୍ତି ତାଲିକା ଚାର୍ଜସିଟ୍ରେ ଯୋଡାଯାଇଛି । ମୋଟ ଉପରେ ଏଭଳି ୩୧୪ ଠକେଇ ମାମଲାରେ ଇଡି କିଛି ବର୍ଷ ମଧ୍ୟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାଇଛି । ଇଡି କେବଳ ରାଜନୈତିକ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଗିରଫ କରୁଥିବା ବିରୋଧୀ ଅଭିଯୋଗ ଆଣୁଥିବା ବେଳେ ଇଡିକୁ ବଡ଼ ସଫଳତା ସମ୍ନାକୁ ଆସିଛି ।