CIA,RAW ର ସିକ୍ରେଟ୍ ଅପରେସନ୍: ନିପାତ କରିଥିଲେ ୬୦୦ ଆତଙ୍କବାଦୀ ।

1,472

କନକ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ଅପେକ୍ଷା ଡର ISKPକୁ । କାରଣ ଏମାନେ ନିଜ ମାଟିରେ ରହି ଚଳାଉଛନ୍ତି ଆତଙ୍କବାଦୀ କାର୍ଯ୍ୟକ୍ରମ । କାବୁଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପରେ ଏହା ସ୍ପଷ୍ଟ ହୋଇଛି । ଅନ୍ୟପଟେ ଏହାର ୬୦୦ ଆତଙ୍କବାଦୀଙ୍କୁ ଭାରତ ନିପାତ କରିଥିବା ଏହା ଇସ୍ଲାମି୍ ଷ୍ଟେଟ୍ ଖୁରାସାନ୍ ISKP, ପକ୍ଷରୁ ପ୍ରକାଶ ପାଉଥିବା ପତ୍ରିକାରେ ପ୍ରକାଶ ପାଇଛି ।


ସୂଚନା ମୂତାବକ, ଦିଲ୍ଲୀରେ ଆକ୍ରମଣ ହେବାର ସୁରାକ୍ ମିଳିଥିଲା । ଏହାପରେ ସଜାଗ ହୋଇଉଠିଥିଲା RAW ଆରମ୍ଭ କରିଥିଲା ତନାଘନା । ଆଉ ତା ହାତରେ ଲାଗିଥିଲା ଜଣେ ଯୁବକ । ଯିଏ ଫରିଦାବାଦର ଏକ ୟୁନିଭରସିଟିର ଛାତ୍ର ଥିଲା । ହେଲେ ପାଠ ପଢା ଥିଲା ବାହାନା । ଅସଲ କାମ ଥିଲା ଏଠାରେ ରହି ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବା ଆଉ ଏହାକୁ ସଫଳ କରିବା । ହେଲେ ତାର ଯୋଜନାକୁ ପଣ୍ଡୁର କରିଥିଲା ଅନ୍ତରାଷ୍ଟ୍ରିୟ ଗୁଇନ୍ଦା ଏଜେନ୍ସି RAW ।ଯୁବକକୁ ଧରିବା ପରେ ଜଣାପଡିଥିଲା ଅସଲ କଥା । ସେ ଆଫଗାନିସ୍ତାନର ଏବଂ ଆଇଏସକେପି (ଇସ୍ଲାମିକ୍ ଷ୍ଟେଟ୍ ଖୁରାସାନ) ପାଇଁ କାମ କରୁଛି ବୋଲି କହିଥିଲା । ଏହାପରେ ତାକୁ ନେଇ ଅତି ସନ୍ତର୍ପଣରେ ପାକିସ୍ତାନ ଯାଇଥିଲା । ‘ର’ଓ ଦିଲ୍ଲୀ ପୋଲିସ୍ ।ସେଠାରେ ରହି ମଧ୍ୟ ଯବୁକକୁ ବାରମ୍ବାର ଜେରା କରିଥିଲା । ଆଉ ସେଠାରେ ଥିବା ଏକାଧିକ ଆଭ୍ୟନ୍ତରୀଣ ଆତଙ୍କବାଦୀଙ୍କ ଆଡ୍ଡାର ଠିକଣା ବତାଇଥିଲା ଯୁବକ ।ଏହାପରେ ଆରମ୍ଭ ହୋଇଥିଲା ସିକ୍ରେଟ୍ ଅପରେସନ୍ । ଆମରିକାର ସିଆଇଏର ସହ ମିଶି ଭାରତ ଆରମ୍ଭ କରିଥିଲା ଅପରେସନ୍ । ଆମେରିକାର ଡ୍ରୋନ୍ ସାହାଯ୍ୟରେ ଏକାଧିକ ଘାଟି ଉପରେ କରିଥିଲା ଏୟାର ଷ୍ଟ୍ରାଇକ୍,ଯେଉଁଥିରେ ନିପାତ ହାଇଥିଲେ ୬୦୦ରୁ ଅଧିକ ଆତଙ୍କବାଦୀ । ଏହାସହ ଭାରତରେ ହେବାକୁ ଥିବା ଅନେକ ଆକ୍ରମଣରୁ ବଂଚିଯାଇପାରିଥିଲା ଭାରତ । କହିରଖୁଁ ଯେ ନିକଟରେ କାବୁଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମଧ୍ୟ ଏହି ଆତଙ୍କବାଦୀ ସଂସ୍ଥାର ହାତ ଥିବା କୁହାଯାଉଥିଲା । ନିକଟରେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ସିକ୍ରେଟ୍ ଅପରେସନ୍ ବିଷୟରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଫଗାନିସ୍ତାନକୁ ତାଲିବାନ୍ ଅପେକ୍ଷା ନିଜ ମାଟିର ଶତ୍ରୁଙ୍କୁ ଡର ବୋଲି ଚର୍ଚ୍ଚା ହେଉଛି ।