କନକ ବ୍ୟୁରୋ : ଆକ୍ସନ ମୋଡରେ ବରଗଡ଼ ଟାଉନ ଥାନା ପୋଲିସ । ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବଢ଼ିଚାଲିଥିବା ବେଳେ ବିପୁଳ ପରିମାଣର କଫ୍ ସିରପ ଜବତ କରିଛି ବରଗଡ଼ ପୋଲିସ । କେଶବନଗର ମାଲପଡାର ଏକ ନମ୍ବର ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରେ ଅତର୍କିତ ଭାବେ ଚଢ଼ଉ କରି ୫ଶହରୁ ଅଧିକ ବୋତଲ କଫ ସିରପ, ୧୨ ଶହରୁ ଅଧିକ ନିଶା ଇଞ୍ଜେକ୍ସନ ଓ ନିଶା ମେଡିସିନ୍ ସହ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ। ଏହା ସହ ବୁଲୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।