କନକ ବ୍ୟୁରୋ : ମକର ପାଇଁ ଚଳଚଞ୍ଚଳ ଦେଶ ଓ ରାଜ୍ୟ । ବିଶେଷକରି ବାଲେଶ୍ୱର ଓ ମୟୁରଭଞ୍ଜରେ ମକର ପାଳନ ପାଇଁ ସ୍ୱତନ୍ତ୍ର ଉତ୍ସାହ ରହିିଛି । ମକର ସଂକ୍ରାନ୍ତିରେ ମକର ମିଠାର ବେଶ୍ ଚାହିଦା ରହିଛି । ଆଉ ସେହି ଚାହିଦାକୁ ଦେଖି ବାଲେଶ୍ୱର ମଣ୍ଡଳ ବଜାରରେ ଲାଗିଛି ମିଠା ମେଳା । ୫୦ରୁ ଅଧିକ ପ୍ରକାର ମିଠା ଏଠାରେ ମୁଳୁଥିବାବେଳେ ୧୫ଦିନ ଧରି ଏହି ମେଳା ଚାଲିବ ।
ମେଳାରେ ମିଳୁଛି ମାଖନ ଚୋର, ସନ୍ତା, ବାଲିସାହି, ବରିଡି ବସା, ଗୋଲାପ ଓ ପଦ୍ମଫୁଲ, ନକିଲି ତାଜଖାନି, ଗିନା, ଖଜା, ଖେଜୁରୀ, ଲବଙ୍ଗି, ଗାଜର,ମୁଠା ଗଜା , ମଇସୁର ସମେତ ୫୦ରୁ ଅଧିକ ପ୍ରକାରର ମିଠା । କେବଳ ମଇଦା ଓ ଚିନି ବା ଗୁଡରେ ମିଠା ଗୁଡିକ ପ୍ରସ୍ତୁତ ହୋଇଛି । ୧୦ ରୁ ୧୫ଦିନ ଧରି ମିଠା ଖରାପ ହୋଇନଥାଏ । ବିଶେଷକରି ବାଲେଶ୍ୱରୀ ଖାସ୍ତା ଗଜାର ଚାହିଦା ବହୁତ ଅଧିକ । ପ୍ରତି ଦିନ କୁଇଁଣ୍ଟାଲ କୁଇଁଣ୍ଟାଲ ମିଠା ତିଆରି ହୋଇ ବିକ୍ରି ହେଉଛି । ଆଜିକୁ ପ୍ରାୟ ଶହେ ବର୍ଷ ହେବ ଏହି ମେଳା ଚାଲିଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/01/Screen-Shot-2023-01-14-at-1.01.44-PM.jpg)
/kanak/media/post_attachments/wp-content/uploads/2023/01/Screen-Shot-2023-01-14-at-12.57.38-PM-300x127.jpg)