କନକ ବ୍ୟୁରୋ : ଭୁବନେଶ୍ୱର ପଦ୍ମକେଶରପୁର ଓ କେଳାସାହି ଗଣ୍ଡଗୋଳ ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ଉଠାଇନେଲା ପୁଲିସ । ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପୂର୍ବ ଶତ୍ରୁତାକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ପରସ୍ପରକୁ ବୋତଲ, ଢେଲା ପଥର ସହ ବୋମା ମାଡ କରିଥିଲେ ।

Advertisment

ଆକ୍ରମଣ ଓ ପ୍ରତି ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ପରେ ଉକ୍ତ ଅଞ୍ଚଳରେ ପୁଲିସ ୧୪୪ ଧାରା ଜାରି କରିଥିଲା । ଗିରଫ ଭୟରେ ପୁରୁଷ ଶୂନ୍ୟ ହୋଇଯାଇଥିଲା ପୁରା ଗାଁ । ତେବେ ମଂଚେଶ୍ୱର ଥାନା ପୁଲିସ ଘଟଣାର ତଦନ୍ତ କରି ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖିଛି ।