ଲାଲବାହିନୀକୁ କରୋନା ଭୟ । ଟପ୍ କ୍ୟାଡର ମାଓବାଦୀ କରୋନାରେ ସଂକ୍ରମିତ, ଏସପି କହିଲେ ଅସ୍ତ୍ର ଛାଡିଲେ ମିଳିବ ସ୍ୱାସ୍ଥ୍ୟସେବା ।

606

କନକ ବ୍ୟୁରୋ : ଲାଲବାହିନୀକୁ ଘାରିଛି କରୋନା ସଂକ୍ରମଣର ଭୟ । ବିଶେଷ କରି ଆନ୍ଧ୍ର ଷ୍ଟ୍ରେନ ଅଧିକ ମାରାତ୍ମକ ହୋଇଥିବାରୁ ମାଓ ସଂଗଠନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଛତିଶଗଡର ସୁକମା, ବିଜାପୁର ଓ ଦାନ୍ତେୱାଡାରେ ଲାଲ ବାହିନୀର ଟପ୍ କ୍ୟାଡରଙ୍କ ସହ ପ୍ରାୟ ୫୦ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ତଥା ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓନେତ୍ରୀ ସୁଜାତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ଛାତିରେ ପାଣି ଜମିଥିବା ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ । ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ଥିବା ଟପ କ୍ୟାଡର ଜୟଲାଲ ଓ ବିନେଶ ମଧ୍ୟ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ସେହିପରି ରାସନ ସାମଗ୍ରୀର ଅଭାବରୁ ମାଓବାଦୀ ଏଣୁତେଣୁ ଖାଦ୍ୟ ଖାଇ ଏବେ ଫୁଡ ପଏଜନର ଶିକାର ଥିବା ସୂଚନା ଦେଇଛନ୍ତି ଏସପି । ତେବେ ଅସ୍ତ୍ରଛାଡି ଆତ୍ମସମର୍ପଣ କଲେ ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡା ଏସପି ।