ନିୟମ ଭାଙ୍ଗିଲେ, କୋଟି କୋଟି ଟଙ୍କା ଫାଇନ ଗଣିଲେ ।

167

କନକ ବ୍ୟୁରୋ : ଟ୍ରାଫିକ ନିୟମ ନମାନିବା ଏବେ ଅମାନିଆଙ୍କୁ ମହଙ୍ଗା ପଡୁଛି । ନିୟମ ଭାଙ୍ଗିବା ମାତ୍ରେ ପୋଲିସ ଧରୁଛି, ଘରକୁ ଚାଲାଣ ଯାଉଛି । ଆଉ ଏସବୁ ଭିତରେ ଗତ ୨୦୨୦ ଓ ୨୦୨୧ ଅଗଷ୍ଟ ସୁଦ୍ଧା କଟକ-ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ କୋଟି କୋଟି ଟଙ୍କା ଆଦାୟ ହୋଇଛି । ତେବେ ଏହି ସମୟସୀମା ମଧ୍ୟରେ କେତେ ଟଙ୍କା ଜୋରିମାନା ଆକାରରେ ଆଦାୟ ହୋଇଛି ସେନେଇ ବିସ୍ତୃତ ତଥ୍ୟ ଗୃହରେ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ଦିବ୍ୟଶଙ୍କର ଏହି ତଥ୍ୟ ଗୃହରେ ରଖିଛନ୍ତି ।

ଗତ ୨୦୨୦ରେ ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୨୩ କୋଟି ୮ ଲକ୍ଷ ୬୭ ହଜାର ୨୦୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ଯେଉଁଥିରେ ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ୧୩,୫୦, ୮୨,୪୦୦ ଟଙ୍କା, ବିନା ହେଲମେଟରେ ଯାତ୍ରା କରୁଥିବାରୁ ୮,୮୪,୦୦,୬୦୦ ଟଙ୍କା, ବିନା ସିଟ୍ ବେଲଟରେ ଯାତ୍ରା କରୁଥିବାରୁ ୬୫, ୧୫,୪୦୦ ଟଙ୍କା ଓ ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୮,୬୮,୮୦୦ ଟଙ୍କା ଆଦାୟ କରାଯାଇଛି । ସେହିଭଳି ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨୧,୬୨,୯୯,୧୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ୧୧,୮୩,୬୫,୭୦୦ ଟଙ୍କା, ବିନା ହେଲମେଟରେ ୯,୨୦,୦୯,୩୦୦ ଟଙ୍କା, ବିନା ସିଟ୍ ବେଲଟରେ ୫୬,୦୬,୧୦୦ ଓ ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୩,୧୮,୮୦୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି ।

ସେହିଭଳି କଟକରେ ୨୦୨୦ରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୪,୩୬,୮୮,୫୬୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ଯେଉଁଥିରେ ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ୨,୫୨,୭୩,୦୦୦ ଟଙ୍କା, ବିନା ହେଲମେଟରେ ଯାତ୍ରା କରୁଥିବାରୁ ୧,୦୭,୮୨,୦୦୦ଟଙ୍କା, ବିନା ସିଟ୍ ବେଲଟରେ ଯାତ୍ରା କରୁଥିବାରୁ ୧,୬୯,୫୦୦ ଟଙ୍କା ଓ ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୭୪,୬୪,୦୬୦ ଟଙ୍କା ଆଦାୟ କରାଯାଇଛି । ସେହିଭଳି ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୧,୫୨,୨୮,୧୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ୧,୧୨,୬୩,୫୦୦ ଟଙ୍କା, ବିନା ହେଲମେଟରେ ୩୪,୦୧,୫୦୦ ଟଙ୍କା, ବିନା ସିଟ୍ ବେଲଟରେ ୧୯,୦୦୦ ଓ ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ ୫,୩୪,୧୦୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ଏହିଭଳି ଭାବେ ୨୦୨୦ ଓ ୨୦୨୧ ଅଗଷ୍ଟ ସୁଦ୍ଧା ଟ୍ୱିନସିଟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫୦,୬୦,୮୨,୯୬୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି ।