କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ମିଟର । ୩୦ ଲକ୍ଷର ନିକଟତର ହେଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୬୯ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦ ଲକ୍ଷର ନିକଟରେ ପହଁଚି ଯାଇଛି । ଗତ ୨୪ ଘଂଟାରେ ଦେଶରେ ୬୯ ହଜାର ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ ରେ ପହଁଚିଛି । ୯୪୫ ନୂଆ ମୃତକଙ୍କ ସହିତ ଦେଶରେ ମୋଟ୍ କରୋନା ମୃତ୍ୟୁ ୫୫ ହଜାର ୭୯୪ ଛୁଇଁଛି । ଦେଶରେ ଏବେ ୬ ଲକ୍ଷ ୯୭ ହଜାର ୩୩୦ ଆକ୍ଟିଭ୍ ମାମଲା ରହିଛି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହେଲେଣି ୨୨ ଲକ୍ଷ ୨୨ ହଜାର ୫୭୮ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଜାରି କରିଛି ।
India crosses the milestone of 1 million #COVID19 tests a day.
More than 10 lakh people tested in the last 24 hours. pic.twitter.com/McUcc1JbZJ
— Ministry of Health (@MoHFW_INDIA) August 22, 2020
ଆଇସିଏମ୍ଆର୍ ଦେଇଥିବା ରିପୋର୍ଟ ମୁତାବକ, ଅଗଷ୍ଟ ୨୧ ତାରିଖ ସୁଦ୍ଧା ଦେଶରେ ସମୁଦାୟ ୩.୪୪ କୋଟି କରୋନା ପରୀକ୍ଷଣ ହୋଇ ସାରିଲାଣି । ଶୁକ୍ରବାର ଦିନ ପୂରା ଦେଶ ସାରା ସର୍ବାଧିକ ୧୦୨୩୮୩୬ ନମୁନା ପରୀକ୍ଷା ହୋଇଥିଲା । ଏବେ ସୁଦ୍ଧା ପୂରା ବିଶ୍ବରେ ୨୨, ୪୯୨, ୩୧୨ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ କରୋନା ଜନିତ ସମୁଦାୟ ୭୮୮,୫୦୩ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଦେଇଛି ।