ଦେଶରେ ୩ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଂଟାରେ ଚିହ୍ନଟ ହୋଇଛି ୧୧ ହଜାର ୪୫୮ ନୂଆ ମାମଲା, ୩୮୬ ମୃତ : ୪୯.୪୭ ପ୍ରତିଶତ ହାରରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ

247

କନକ ବ୍ୟୁରୋ : ଦେଶରେ କରୋନା ଭୁତାଣୁର ଗତ ୨୪ ଘଂଟାରେ ସଂକ୍ରମଣ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ଦିନରେ ୧୧ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ୩ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୧ ହଜାର ୪୫୮ ନୂଆ ମାମଲା ଚିହ୍ନଟ ହୋଇଛି । ସେହିଭଳି ୩୮୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏହି ସମୟ ଭିତରେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୪୯.୪୭ ପ୍ରତିଶତ ହାରରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩ରେ ପହଂଚିଛି ।

ଏଥିସହ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଓ ରୁଷ ପଛକୁ ଅଛି ଭାରତ । ଆମେରିକାରେ ୨୦ ଲକ୍ଷ ୯୦ ହଜାର ଆକ୍ରାନ୍ତ ଥିବା ବେଳେ ବ୍ରାଜିଲରେ ୮ଲକ୍ଷ ୧୦ ହଜାର, ରୁଷରେ ୫ ଲକ୍ଷ ୩ ହଜାର ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ଗଲା ୩ ସପ୍ତାହ ହେଲା ପ୍ରତିଦିନ ୨ ହଜାର ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସୁଛି ।