କନକ ବ୍ୟୁରୋ: ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘନଘଟା ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ । ଅନ୍ୟପଟେ ଋଷକୁ କଡା ଜବାବ ଦେବାକୁ ବାହାରିଛି ୟୁକ୍ରେନ । ୟୁକ୍ରେନ ଆକାଶରେ ଦେଖିବାକୁ ମିଳିଛି ଫାଇଟର ଜେଟ୍ । ଏହାସହ ସହାୟତା ପାଇଁ ତୁର୍କୀ ସାହାଯ୍ୟ ଲୋଡିଲେ ୟୁକ୍ରେନ ରାଷ୍ଟ୍ରପତି ।

Advertisment

ସୂଚନା ମୁତାବକ, ଆଜି ଜାତିସଂଘ ବୈଠକରେ ଯୁଦ୍ଧ ପାଇଁ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି ଋଷ ।ଫଳରେ ୟୁକ୍ରେନରେ ଆକ୍ରମଣ ଇଲାକାରୁ ଲୋକଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିବିରକୁ ସ୍ଥାନାନ୍ତର କରାଯାଇଛି । ଏହାସହ ଦେଶବାସୀଙ୍କ ନିଜ ନିଜ ଘରେ ରହବାକୁୁ ଅପିଲ କଲେ ୟୁକ୍ରେନ ରାଷ୍ଟ୍ରପତି ।