କନକ ବ୍ୟୁରୋ : ପଶ୍ଚିମବଙ୍ଗ ଏବଂ ଆସାମ ସମେତ ବିଧାନସଭା ନିର୍ବାଚନ ହୋଇଥିବା ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି। ନିର୍ବାଚନ ତାରିଖ ଘୋଷଣା ହେବାପରେ ପ୍ରଚାର ଆହୁରି ଜୋରଦାର ହୋଇଛି ଏବଂ ଭିଡ଼ି ବି ଜମିଛି। ରାଲି ଏବଂ ରୋଡ୍ ସୋ’ ସମୟରେ କୌଣସି କରୋନା ନିୟମ ପାଳନ କରାଯାଇନି। ଏହା ଫଳରେ ଗତ ୧୪ ଦିନ ମଧ୍ୟରେ ନିର୍ବାଚନ ଥିବା ରାଜ୍ୟମାନଙ୍କରେ ସଂକ୍ରମଣ ମାମଲା ୩୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ପଶ୍ଚିମବଙ୍ଗ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ୧୪ ଦିନରେ ପଶ୍ଚିମବଙ୍ଗରେ ନୂଆ ସଂକ୍ରମଣ ମାମଲାରେ ୩୭୮ ପ୍ରତିଶତ ବୃଦ୍ଧି ହୋଇଛି।
ଆସାମରେ ଗତ ୨ ସପ୍ତାହରେ ନୂଆ ସଂକ୍ରମଣ ମାମଲାରେ ୩୩୧ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ପୁଡ଼ୁଚେରୀରେ ସଂକ୍ରମଣ ମାମଲାରେ ୧୭୫ ପ୍ରତିଶତ ଏବଂ ତାମିଲନାଡ଼ୁରେ ୧୭୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। କେରଳରେ ମଧ୍ୟ ନୂଆ ମାମଲାରେ ୮୪ ପ୍ରତିଶତ ବୃଦ୍ଧି ହୋଇଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ନିର୍ବାଚନ କମିସନ୍ ଗତ ଶୁକ୍ରବାର କହିଥିଲେ, ପ୍ରାର୍ଥୀ ଏବଂ ତାରକା ପ୍ରଚାରକ ମାନେ ଯଦି ପ୍ରଚାର ସମୟରେ କରୋନା ନିୟମାବଳି ପାଳନ ନକରନ୍ତି ତେବେ ସେମାନଙ୍କୁ ନିର୍ବାଚନ ପ୍ରଚାରରୁ ବାରଣ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/tamil-nadu-polling-pti-1553867926.jpg)