ଭୁବନେଶ୍ୱରରେ ରକ୍ତ ଚରିତ୍ର ରିଟର୍ଣ୍ଣସ: ଜନଗହଳିପୂର୍ଣ୍ଣ ଚନ୍ଦ୍ରଶେଖରପୁର ଅଂଚଳରେ ୩୦ରୁ ଅଧିକ ଯୁବକଙ୍କ ଗୁଣ୍ଡାରାଜ

ଭୁବନେଶ୍ୱରରେ ରକ୍ତ ଚରିତ୍ର ରିଟର୍ଣ୍ଣସ: ଜନଗହଳିପୂର୍ଣ୍ଣ ଚନ୍ଦ୍ରଶେଖରପୁର ଅଂଚଳରେ ୩୦ରୁ ଅଧିକ ଯୁବକଙ୍କ ଗୁଣ୍ଡାରାଜ

କନକ ବ୍ୟୁରୋ: ଅଧରାତିର ଆତଙ୍କ । ରକ୍ତଚରିତ୍ର ରିଟର୍ଣ୍ଣସ । ରାଜଧାନୀର ଛାତି ଉପରେ ଯୁବକଙ୍କ ଉତ୍ପାତ୍ । ଭୁବନେଶ୍ୱରର ଏକ କ୍ଲବ ଆଗରେ ରକ୍ତ ଚରିତ୍ର ରିଟର୍ଣ୍ଣସ ନାରା ଦେଇ, ୩୦ରୁ ଅଧିକ ଯୁବକ ଗଣ୍ଡଗୋଳ କରିଥିବା ସୂଚନା ମିଳିଛି । ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ଗତରାତି ଠିକ୍ ୧୨ଟାରେ କିଛି ଯୁବକ ଆସି ଏହି କ୍ଲବକୁ ଯିବା ପାଇଁ କହିଥିଲେ । କିନ୍ତୁ ଭିତରେ ଫ୍ୟାମିଲି ଥିବାରୁ ସନ୍ଦେହଜନକ ଅବସ୍ଥାରେ ଥିବା ଏହି ଯୁବକଙ୍କୁ ଭିତରକୁ ଛାଡ଼ି ନଥିଲେ ସିକ୍ୟୁରିଟି ଗାର୍ଡ । ଯାହାକୁ ନେଇ ଏହି ଯୁବକମାନେ ଉତକ୍ଷୀକ୍ତ ହୋଇଯାଇଥିଲେ । ପରେ ସାଙ୍ଗରେ ୩୦ରୁ ଅଧିକ ଯୁବକଙ୍କୁ ଆଣି ଗଣ୍ଡଗୋଳ କରିଥିଲେ । ବଡ଼ କଥା ହେଉଛି ଏହି ସବୁ ଘଟିଥିଲା, ପୁଲିସର ସାମ୍ନାରେ । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe