କନକ ବ୍ୟୁରୋ: ଗୁଣିଆର ଅଜବ କାଣ୍ଡ । ଚିକିତ୍ସା ନାଁରେ ଝିଅ ମୁଣ୍ଡରେ ଫୋଡିଥିଲା ୩୦ରୁ ଅଧିକ ଛୁଞ୍ଚି । ସିଟି ସ୍କାନ ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ଘଟଣା । ୨୦୨୧ ମସିହାରେ ବଲାଙ୍ଗୀର ସିନ୍ଧିକେଲା ଇଛଗାଁର ବିଷ୍ଣୁପ୍ରସାଦ ତାଙ୍କ ଝିଅ ଡରୁଥିବାରୁ ତାକୁ ସୁସ୍ଥ କରିବାକୁ ଗୁଣିଆ ନିକଟକୁ ନେଇଥିଲେ । ଝିଅର ପୂଜା କରିବା ନାଁରେ ତାକୁ ଏକ କୋଠରୀରେ ରଖି ତା ମୁଣ୍ଡରେ ପଶୁଙ୍କୁ ଦେଉଥିବା ଇଞ୍ଜେକ୍ସନ ସିରିଞ୍ଜ କାଟି କପାଳରେ ପଶାଇଥିଲେ । ଯାହାକି ଘର ଲୋକ ଜାଣିପାରିନଥିଲେ । ପରେ ରେଶମାର ଦେହ ଖରାପ ହୋଇ ମୁଣ୍ଡରୁ ଧାର ଧାର ରକ୍ତ ବାହାରିବା ସହ ମୁଣ୍ଡରୁ କିଛି ଛୁଞ୍ଚି ମଧ୍ୟ ବାହରିଥିଲା । ପରିବାର ଲୋକେ ଭୟଭୀତ ହୋଇ ଝିଅକୁ ନେଇ ମେଡିକାଲରେ ପହଥିଲେ ।

Advertisment

ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଝିଅର ସିଟି ସ୍କାନ କରାଯାଇଥିବା ବେଳେ ମୁଣ୍ଡରେ ସବୁ ଛୁଞ୍ଚି ରହିଥିବା ଜଣାପଡିଥିଲା । ୨୦୨୧ ମସିହାରେ ଚିକିତ୍ସା ପାଇଁ ଗୁଣିଆ ବ୍ୟବହାର କରିଥିବା ସବୁ ଛୁଞ୍ଚି ମୁଣ୍ଡରେ ରହିଥିବା ଘଟଣା ଡାକ୍ତର ଜଣାଇଥିଲେ । ଝିଅ ରେଶମାକୁ ପରିବାର ଲୋକେ ବଲାଙ୍ଗୀର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଘଟଣା ନେଇ କଣ୍ଟାବାଞ୍ଜି ଥାନାରେ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ରେଶମାଙ୍କ ପରିବାର ଲୋକ ।