କନକ ବ୍ୟୁରୋ : ଦେଶରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ୬୯ ହଜାର ୨୩୯ ନୂଆ ଆକ୍ରାନ୍ଟ ଚିହ୍ନଟ ହେବା ପରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧ କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୯୧୨ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫୬ ହଜାର ୭୦୬ ଛୁଇଁଛି । ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୭ ଲକ୍ଷ ୭ ହଜାର ୬୬୮ ରହିଛି । ସୁସ୍ଥ ସଂଖ୍ୟା ୨୨ ଲକ୍ଷ ୮୦ ହଜାର ୫୬୭ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଜାରି ହୋଇଛି ।
ସୂଚନା ମୁତାବକ, ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୨୪ ଘଣ୍ଟାଦନ ୬୯୮୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ପାଖାପାଖି ରହିଛି। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨୨୫୭୭ ଜଣ ସୁସ୍ଥ ହୋଇଥିବା ବେଳେ ୫୫୭୯୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯୮୭୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୭୩୩୦ ରହିଥିଲା। ଗତ ୨୪ ଘଣ୍ଟାରେ ୯୪୫ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୫୭୯୪ରେ ପହଞ୍ଚିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/9-25.jpg)