ଚୀନକୁ କଲବଲ କରିବ କରୋନା ! ଦୈନିକ ୩ କୋଟିରୁ ଅଧିକ ସଂକ୍ରମଣ ସମ୍ଭାବନା, ଜାଣନ୍ତୁ ଭାରତ ଉପରେ କଣ ପଡିବ ପ୍ରଭାବ?

ଚୀନକୁ କଲବଲ କରିବ କରୋନା ! ଦୈନିକ ୩ କୋଟିରୁ ଅଧିକ ସଂକ୍ରମଣ ସମ୍ଭାବନା, ଜାଣନ୍ତୁ ଭାରତ ଉପରେ କଣ ପଡିବ ପ୍ରଭାବ?

କନକ ବ୍ୟୁରୋ : କରୋନା ପୁଣିଥରେ ଚୀନରେ କାୟା ମେଲାଇବା ଆରମ୍ଭ କରିଛି । କିନ୍ତୁ ଏଥର ଚୀନରେ କରୋନା ସମସ୍ତ ରେକର୍ଡ ଭାଙ୍ଗିପାରେ । ଏବେ ଚାଲିଥିବା ସଂକ୍ରମଣ ଲହର ସପ୍ତାହକରେ ଶୀର୍ଷ ଛୁଇଁବ ବୋଲି ଆକଳନ କରିଛି ଗ୍ଲୋବାଲ ହେଲ୍ଥ ଇଂଟେଲିଜେନ୍ସ ସଂସ୍ଥା ଏୟାରଫିନିଟି । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡ୍ରେ ସଂକ୍ରମିତ ହୋଇପାରନ୍ତି । ଚୀନରେ ବର୍ତମାନ ଚାଲିଥିବା ଲହର ଓ ଏବଂ ଜାନୁଆରୀରେ ଆସିବାକୁ ଥିବା ପରବର୍ତୀ ଲହର ବିଶ୍ୱରେ କରୋନାର ସବୁ ରେକର୍ଡ ଭାଙ୍ଗିଦେବ ବୋଲି କୁହାଯାଉଛି ।

ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସରକାରୀ ଭାବେ ଏହି ରିପୋର୍ଟକୁ ସ୍ୱୀକାର କରାଯାଇନାହିଁ । ଡିସେମ୍ବରର ପ୍ରଥମ ୨୦ ଦିନରେ ୨୪୮ ନିୟୁତ ଲୋକ ତଥା ମୋଟ୍ ଜନସଂଖ୍ୟାର ୧୮ ପ୍ରତିଶତ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଅନୁମାନ ସତ ହେଲେ ଜାନୁଆରୀ ୨୦୨୩ରେ ଚୀନରେ ସଂକ୍ରମଣ ଓ ମୃତ୍ୟୁର ନୂଆ ରେକର୍ଡ ହେବ ।

ଅନ୍ୟପଟେ ଚୀନରେ ଘାତକ ସାଜିଛି କୋଭିଡ୍ ଭୂତାଣୁ ଓମିକ୍ରନର ସବ୍ଭାରିଆଂଟ ବିଏଫ୍.୭ । ହେଲେ ଭାରତ ପାଇଁ ଏବେ ସୁଦ୍ଧା କୌଣସି ବିପଦ ନଥିବା ବିଶେଷଜ୍ଞ କହିଛନ୍ତି । ଏହି ବିଏଫ୍.୭ ଭାରତରେ କିଛି ମାସ ପୂର୍ବରୁ ଚିହ୍ନଟ ହୋଇଥିଲା । ହେଲେ ଏହା ଦ୍ୱାରା ସଂକ୍ରମଣ ବୃଦ୍ଧି ହୋଇନଥିଲା । ତେଣୁ ଚୀନ୍ ଭଳି ଭାରତର ସ୍ଥିତି ହେବା ଆଶଙ୍କା କମ୍ ବୋଲି ବିଶେଷଜ୍ଞ କହିଛନ୍ତି । କାରଣ ଓମିକ୍ରନର ସବଭାରିଆଂଟ ବିଏଫ୍.୭, ବିଏ.୫ ପରି ସମାନ । ବିଏଫ୍.୭ରେ ଅତିରିକ୍ତ ମ୍ୟୁଟେସନ୍ ରହିଛି । ଭାରତରେ ଅନେକ ଲୋକ ଟିକା ନେଇ ସାରିଛନ୍ତି । ଅଧିକାଂଶ ଲୋକ କରୋନାର ଦୁଇଟି ଡୋଜ୍ ନେଇଛନ୍ତି । ଭାରତୀୟମାନେ ରୋଗ ପ୍ରତିରୋଧକ କ୍ଷମତା ହାସଲ କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ଲହରରେ ଅନେକ ଲୋକ ଆକ୍ରାନ୍ତ ହୋଇଥିଲେ । ଏହା ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ବୋଲି କହିଛନ୍ତି ବିଶେଷଜ୍ଞ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe