ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ ? ଡେମୋ ଦେଖାଇଲେ ଅଭିଯୁକ୍ତ

204

କନକ ବ୍ୟୁରୋ: ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ । ଡେମୋ କରି ଦେଖାଇଲେ ଅଭିଯୁକ୍ତ ।  ଆଜି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ପାଖରେ ଥିବା ବିଶେଶ୍ୱର ବସ୍ତିରେ ଅବକାରୀ ବିଭାଗ ଅତର୍କିତ ଚଢାଉ  କରିଥିଲା । ଚଢାଉ ବେଳେ ୨ହଜାରରୁ ଅଧିକ ଗଂଜେଇ ସିଗାରେଟ ଓ  ୧୫ କିଲୋ ଗଂଜେଇ ଜବତ କରିଛି ଅବକାରୀ ବିଭାଗ । ସିଗାରେଟ ତିଆରି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି । ଗଂଜେଇରୁ ପୁଳା ପୁଳା ସିଗାରେଟ ପୁରାଇ ମାର୍କେଟକୁ ଛଡାଯାଉଥିଲ । ତେବେ ଗଂଜେଇରୁ କିଭଳି ସିଗାରେଟ ତିଆରି ହେଉଥିଲା ଅବକାରୀ ଇନ୍ସପେକ୍ଟରଙ୍କ ଆଗରେ ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ ।